Unknown

ଶିଶୁ ସ୍ୱାସ୍ଥ୍ୟ

ଶ୍ରୀ ବନବିହାରୀ ପଟ୍ଟନାୟକ

 

ଦେହ

ଆମ ଦେହଟି ଗୋଟିଏ ବିଚିତ୍ର କଳଘର । ଆଖି, ନାକ, କାନ, ଲୋମକୂପ ଆଦି ସବୁ ଗୋଟିଏ ଗୋଟିଏ ବିଚିତ୍ର ଯନ୍ତ୍ର । ଆଖି-ପତା ବୁଜି ଦେଲେ ଆମେ କିଛି ଦେଖି ପାରେ ନାହିଁ କିନ୍ତୁ ମେଲା ଥିଲେ ସବୁ ଦେଖାଯାଏ; ପାଟିରେ ଖାଦ୍ୟ ଭୁଞ୍ଜ।ଇ ଦିଏଁ, ତାହା ପେଟକୁ ଯାଏ, ପେଟ ଓ ଅନ୍ତରେ ତହିଁରୁ ସାରତକ ବାହାରି ଦେହକୁ ଯାଏ, ଅସାର ତକ ପୁଣି ମଳ ହୋଇ ବାହାରିଯାଏ; ପାଣି ପିଏ, ଏହା ପେଟକୁ ଯାଇ ଖାଦ୍ୟର ସାରତକ ନେଇ ରକ୍ତରେ ମିଶେ, ରକ୍ତ ଦେହର ଚାରିଆଡ଼ ଖେଳେ, ଯେଉଁଠି ଯାହା ଦରକାର ତାହା ସେଠାରେ ଯୋଗାଏ, ଯେଉଁଠି ଯେଉଁ ମଇଳା ଥାଏ ତାକୁ ଧୋଇଧାଇ ଆଣେ, ଶେଷରେ ପୁଣି ସେହି ପାଣି ଦେହର ମଇଳା ସଙ୍ଗେ ମିଶି ମୂତ ଝାଳ ହୋଇ ଦେହରୁ ବାହାରି ଯାଏ; ନିଶ୍ୱାସ ନିଏଁ, ନିଶ୍ୱାସ ପବନରେ ଥିବା ଅମ୍ଳଜାନ ଅଂଶ ଛାଣି ହୋଇ ରକ୍ତରେ ମିଶେ, ଏହି ଅମ୍ଳଜାନମିଶା ରକ୍ତ ଦେହ ଭିତରେ ଚାରିଆଡ଼େ ଖେଳି ଦେହକୁ ବଢ଼ାଏ, ତାର କ୍ଷତି ପୂରଣ କରେ ଏବଂ କାମ ଧନ୍ଦା କରିବାକୁ ଆମକୁ ବଳ ଦିଏ, ଆମେ ପୁଣି ଦେହ ଭିତରୁ କେତେକ ମଇଳା ନିଶ୍ୱାସ ବାଟେ ଛାଡ଼ିଦିଏଁ । ଏହିପରି ଆମ ଦେହ ଭିତରେ ଯେତେ କଳକାରଖାନା ଅଛି ଆଉ ସେମାନେ ଯେତେ ଯାହା କରନ୍ତି ତାହା କହିଲେ ମହାଭାରତ ପରି ବଡ଼ ବଡ଼ ପୋଥି ଲେଖି ବି ସରିବ ନାହିଁ । ମୋଟ ଉପରେ କହିବାକୁ ଗଲେ ଦେହଟି କୋଟି କୋଟି ଛୋଟ ବଡ଼ ଯନ୍ତ୍ରରେ ପୁରି ରହିଛି । ଏହି ସବୁ ଯନ୍ତ୍ର ସଦାବେଳେ ସେମାନଙ୍କ ନିଜ ନିଜ କାମ କରୁଥାନ୍ତି ।

 

ସ୍ୱାସ୍ଥ୍ୟ

ସାମାନ୍ୟ ଗୋଟାଏ ଶୂନ ଘଡ଼ିରେ ଟିକିଏ ମଳି ଧୂଳି ଲାଗିଲେ ତାହା ବିଗିଡ଼ି ଯାଏ । ଦେହରେ କଣ ଯେ ନ ଲାଗୁଛି ଏହା ନୁହେ । ଏପରି ସ୍ଥଳେ ଆମ ଅବହେଳାରୁ ହେଉ କିମ୍ବା ବାହାରର କୌଣସି ପ୍ରକାର ଜିନିସଦ୍ୱାରା ହେଉ ଦେହ ଭିତରର କୌଣସି ଯନ୍ତ୍ରବିଗିଡ଼ି ଯିବା ବିଚିତ୍ର ନୁହେ । ଦେହରେ ଥିବା ଯନ୍ତ୍ରମାନଙ୍କ ମଧ୍ୟରେ ସମ୍ପର୍କ ରହିଛି । ତେଣୁ ଗୋଟିଏ ଯନ୍ତ୍ର ବିଗିଡ଼ି ଗଲେ ବି ଦେହଯାକ ବିଗିଡ଼ି ଯାଏ । ଦେହ ବିଗିଡ଼ି ଗଲେ କିଛି ଭଲ ଲାଗେ ନାହିଁ, କାମ କରିବାକୁ ମନ ହୁଏ ନାହିଁ, ଵଳ କମିଯାଏ ଏବଂ ନାନା ପ୍ରକାର କଷ୍ଟ ହୁଏ । ଦେହର ଏହି ଅବସ୍ଥାକୁ ଆମେ ଅସୁସ୍ଥ ବା ରୋଗ ଅବସ୍ଥା କହୁଁ । ଦେହ ଭଲ ଥିଲେ ସବୁ ଭଲ ଲାଗେ, ଖାଇବା, ପିଇବା, ବୁଲିବା, ଖେଳିବା, ପଢ଼ିବା ଆଦି ସବୁଥିରେ ମନଲାଗେ । ଦେହ ଏହିପରି ଭଲଥିଲେ ଆମେ ସୁସ୍ଥ ଅଛୁଁ ବୋଲି କହୁଁ । ଦେହର ସୁସ୍ଥ ଅବସ୍ଥାକୁ ସ୍ୱାସ୍ଥ୍ୟ କହନ୍ତି ।

 

ଦୁନିଆରେ ଯେତେ ଯାହା ଅଛି ସବୁଠାରୁ ଦେହ ହେଲା ବଡ଼ । ଦେହ ବଦଳରେ ଲକ୍ଷେ ଟଙ୍କା ବି ନେବାକୁ କେହି ମନ କରିବ ନାହିଁ । ଦେହ ସଙ୍କେ ସ୍ୱାସ୍ଥ୍ୟ ଲୋଡ଼ା, ନ ହେଲେ କଷ୍ଟଛଡ଼ା ଆଉ କିଛି ଲାଭ ନାହିଁ । ଦେହ ସୁସ୍ଥ ଥିଲେ ସବୁ ସୁଖ, ସବୁ ଭଲ । ଏ ହେତୁରୁ ସ୍ୱାସ୍ଥ୍ୟ ହେଲା ସବୁଠାରୁ ବଡ଼ କଥା ।

 

ସ୍ୱାସ୍ଥ୍ୟରକ୍ଷା

ସାମାନ୍ୟ ଗୋଟାଏ ଶୂନ ଘଡ଼ି ରଖିଲେ ଆମେ ତାର ଯତ୍ନ ନେଇ ଥାଏଁ । ଧୂଳି ମଳି ନ ଲାଗିବ ବୋଲି ତାକୁ ଭଲ ଜାଗାରେ ରଖେଁ । ଠିକ ସମୟ ରଖିବ ବୋଲି ପ୍ରତିଦିନ ନିୟମିତ ଭାବରେ ଚାବି ଦିଏ । ଦେହ ଭିତରେ କଳଘଡ଼ିଠାରୁ ବଳି ଅସଂଖ୍ୟ ଅସଂଖ୍ୟ ସୁକ୍ଷ୍ମ ସୁକ୍ଷ୍ମ ଯନ୍ତ୍ର ଅଛି । ତେଣୁ ଦେହକୁ ଭଲ ରଖିବାକୁ ଗଲେ ତାର ମଧ୍ୟ ଯତ୍ନ ନେବା ଦରକାର । ଦେହକୁ ରଖି ନ ଜାଣିଲେ ତାହା ବିଗିଡ଼ି ଯାଏ ଆଉ ସହଜରେ ନାନା ପ୍ରକାର ରୋଗ ଆସି ମାଡ଼ି ବସନ୍ତି; ଫଳରେ କଷ୍ଟ ତ ମିଳେ, ଶେଷରେ ପ୍ରାଣ ପର୍ଯ୍ୟନ୍ତ ବି ଚାଲିଯାଏ । ଦେହର କିପରି ଯତ୍ନ ନିଆଯାଏ, କିପରି ରଖିଲେ ତାହା ଭଲ ରହେ ଏହିସବୁ କଥା ଯହିଁରୁ ଜଣାଯାଏ ତାହାକୁ ସ୍ୱାସ୍ଥ୍ୟରକ୍ଷା କହନ୍ତି ।

 

ଶୂନ ଘଡ଼ିରେ ଯେପରି ଧୂଳି ମଳି ନ ପଶିବା ଦରକାର, ସବୁ ଦିନ ନିୟମିତ ଭାବରେ ଚାବି ଦେବା ଦରକାର ଏବଂ ଭାଙ୍ଗି ନ ଯିବା ପାଇଁ ତାର ଯତ୍ନ ନେବା ଦରକାର, ଦେହ ଭଲ ରଖିବା ପାଇଁ ସେହି ପରି ଦେହଟିକୁ ଓ ଦେହ ସମ୍ପର୍କରେ ଆସୁଥିବା ଜିନିଷ ସବୁକୁ ପରିଷ୍କାର ରଖିବା ଲୋଡ଼ା, ଆମେ ଯେତେ ଯାହା କରେଁ ସବୁଥିରେ ନିୟମ ରଖି ଚଳିବ ଲୋଡ଼ା ଏବଂ ବାହାରର କୌଣସି ଶତ୍ରୁ ଦେହ ଉପରେ ଯେପରି କିଛି ଦାଉ ନ ସାଧନ୍ତି ସେଥିପ୍ରତି ଯତ୍ନ ନେବା ଲୋଡ଼ା । ମୋଟ ଉପରେ କହିବାକୁ ଗଲେ ସବୁଥିରେ ପରିଷ୍କାର ପରିଚ୍ଛନ୍ନ ହେବ।, ନିୟମିତ ହେବ। ଏବଂ ଦେହପ୍ରତି ଯତ୍ନ ନେବା ହେଲା ସ୍ୱାସ୍ଥ୍ୟରକ୍ଷାର ମୂଳ କଥା । ଏତିକି ହେଲେ ଦେହ ସର୍ବଦା ଭଲରହିବ--- ଏଥିରେ ସନ୍ଦେହ ନାହିଁ । ଏତିକି କେବଳ ଅଭ୍ୟାସ ଉପରେ ନିର୍ଭର କରେ ।

 

ଅଭ୍ୟାସ

ଦେହ ଭଲ ରଖିବାର ମୂଳ ହେଲା ଅଭ୍ୟାସ । ପିଲାଦିନେ ଦେହ ଗଢ଼ି ହେଉଥାଏ । ତେଣୁ ସେ ସମୟ ହେଲା ଅଭ୍ୟାସ ପକାଇବା ବେଳ । ପିଲାଦିନର ଅଭ୍ୟାସ ଅନୁସାରେ ଦେହ ମସ୍ତିସ୍କ ଏବଂ ନାଡ଼ୀମଣ୍ଡଳୀ ସବୁ ଗଢ଼ି ହୋଇଯାନ୍ତି; ତେଣୁ ସେ ସମୟରୁ ଯେଉଁ ଅଭ୍ୟାସ ପଡ଼େ ତାହା ଛାଡ଼ି ହୁଏ ନାହିଁ ଏବଂ ତାରି ଉପରେ ସ୍ୱାସ୍ଥ୍ୟ ନିର୍ଭର କରେ । ଏହେତୁରୁ ଦେହ ଭଲ ରହିବ। ଭଳି ଅଭ୍ୟାସ ସବୁ ପିଲାଦିନୁ ପକାଇବା ଉଚିତ । ଏହା ହେଲା ସବୁ କଥାରେ ପରିଷ୍କାର ପରିଚ୍ଛନ୍ନ ରହିବ।, ନିୟମିତ ହେବା ଏବଂ ଦେହ ପ୍ରତି ଯତ୍ନ ନେବା ।

 

ପରିଷ୍କାର ପରିଚ୍ଛନ୍ନତା

ଦେହ କାହିଁକି ପରିଷ୍କାର ରଖିବ :- ପବନରେ ଧୂଳି ମଳି ଭାସୁଥାଏ । ଆମ ଚାରିପଟ ତ ପବନ ଘେରି ରହିଛି, ତେଣୁ ପବନରେ ଥିବା ଧୂଳି ମଳି ସବୁ ଆମ ଦେହରେ ଲାଗେ । ଧୂଳି ମଳି ସଙ୍ଗେ ପବନରେ ମଧ୍ୟ ଅନେକ ରୋଗଜୀବାଣୁ ଥାନ୍ତି । ସେମାନେ ଏଡ଼େ ଛୋଟ ଯେ ଖାଲି ଆଖିରେ ଦେଖାଯାନ୍ତି ନାହିଁ । ସେମାନଙ୍କୁ ଦେଖିବାପାଇଁ ଅଣୁବୀକ୍ଷଣ ଯନ୍ତ୍ର ଦରକାର । ସେମାନେ ଦେଖା ଯାଉଥିଲେ ଦେହରୁ ଝାଡ଼ି ଦିଅନ୍ତେ ମାତ୍ର ସେମାନେ ଦିଶୁ ନ ଥିବାରୁ ଚମରେ ଲାଗି ରହି ଆମ ଅଜଣାରେ ନାନାପ୍ରକାର ରୋଗ ଭିଆନ୍ତି । ଚମ ସର୍ବଦା ପରିଷ୍କାର ରଖିଲେ ଧୂଳି ମଳି ବସି ପାରେନାହିଁ କି ରୋଗଜୀବାଣୁ ରହିପାରନ୍ତି ନାହିଁ । ଚମ ଉପରେ ଗୋଟିଏ ଗୋଟିଏ ଖୁବ ଛୋଟ ଖାଲି ଆଖିକୁ ନ ଦିଶିବ। ଭଳି ଫୋଡ଼ ଅଛି । ଏହିବାଟେ ଝାଳ ବାହାରେ । ଝାଳ ହେଲା ଦେହ ଭିତରର ମଇଳା । ଧୂଳି ମଳି ଚମ ଉପରେ ଜମା ହେଲେ ଏହି ବାଟ ବନ୍ଦ ହୋଇଯାଏ । ତେଣୁ ଝାଳ ବାହାରିବାରେ ବାଧା ପଡ଼େ । ଝାଳ ବାହାରି ନ ପାରିଲେ ଦେହ ଭିତରେ ମଇଳା ଜମି ନାନାପ୍ରକାର ରୋଗ ଭିଆଏ । ଚମ ସଫା ରଖିଲେ ଲୋମକୃପ ମେଳା ରହିଥାଏ ତେଣୁ ଝାଳ ବାହାରିବାରେ ବାଧା ପଡ଼େନାହିଁ ।

 

ଝାଳ ବାହାରି ଚମରେ ମରେ, ତେଣୁ ଚମରେ ମଳି ବସେ । ମଳି ଗୋଟାଏ ଅଠାଳିଆ ତେଲିଆ ଜିନିସ । ତେଣୁ ଚମରେ ମଳି ବସିଲେ ତହିଁରେ ପବନର ଧୂଳି ମଳି ସହଜରେ ଲାଗିଯାଏ-। ମଳି ଏକେ ଖରାପ, ତହିଁରେ ପୁଣି ଏହା ହେଲା ରୋଗ ବିଜାଣୁଙ୍କ ରହିବ। ଜାଗା ଓ ଖାଇବା ଜିନିଷ । ଏ ହେତୁରୁ ଦେହ ସଫା ନ ରଖିଲେ ମଳି ବସି ନାନାପ୍ରକାର ରୋଗ ଜାତ କରାଏ, ଦେହ ଗନ୍ଧାଏ ଓ କୁଣ୍ଡାଇ ହୁଏ । ଚମ ପରିସ୍କାର ରଖିଲେ ମଳି ବସେନାହିଁ ତେଣୁ ଏ ସବୁ ଦୁର୍ଗୁଣ ବାହାରେ ନାହିଁ, ମନ ଭଲ ରହେ ଓ ଦେହ ଭଲ ରହେ ।

 

ପାଟି ନାକ ଆଦି ହେଲା ଦେହ ଭିତରକୁ ବାଟ । ଏ ସବୁ ମଧ୍ୟ ସଫା ରହିବ ଦରକାର,ନ ହେଲେ ସେ ବାଟେ ଖାଦ୍ୟ ପବନ ଆଦି ଯାହା ଯାଏ ତାହା ମଧ୍ୟ ଦୂଷିତ ହୋଇ ଭିତରକୁ ଯାଏ ଓ ଫଳରେ ରୋଗ ହୁଏ ।

 

       ନଖ ସନ୍ଧାରେ ଯେ କଣ ନ ଲାଗେ ଏହା ନୁହେ । ତାହା ମଇଳା ଓ ରୋଗବୀଜାଣୁରେ ପୂରି ରହିଥାଏ । ଖାଇଲାବେଳେ ଏହି ସବୁ ଜିନିଷ ପେଟ ଭିତରକୁ ଯାଇ ନାନାପ୍ରକାର ରୋଗ ଭିଆନ୍ତି ।

 

ବାଳ ଅପରିଷ୍କାର ରହିଲେ ଉକୁଣୀ, ନିଖ, ରୂପି ଆଦି ହୁଅନ୍ତି, ମୁଣ୍ଡ ଗନ୍ଧାଏ, ତହିଁରେ ଘା ହୁଏ, ଜଟ ବାନ୍ଧିଯାଏ ଏବଂ ମୁଣ୍ଡ ଅସୁନ୍ଦର ଦିଶେ । ଏ ହେତୁରୁ ବାଳ ସଫା ରଖିବା ନିତାନ୍ତ ଦରକାର । ବାଳ ସଫା ଥିଲାଯାଏଁ ଏ ସବୁ କିଛି ହୁଏନାହିଁ ।

 

ଖାଲି ଦେହ ଉପରଟି ସଫା ରଖିଲେ ଯେ ହେଲା ତାହା ନୁହେଁ, ଦେହ ଭିତର ମଧ୍ୟ ସଫା ରଖିବା ଉଚିତ । ଦେହ ଭିତର ସଫା ନ ରହିଲେ ଭିତରେ ମଇଳା ଜମି ନାନାପ୍ରକାର ରୋଗ ଆରମ୍ଭ କରେ । ଦେହ ଭିତର ସଫା ନ ରହିଲେ ଭିତରେ ମଇଳା ଜମି ନାନାପ୍ରକାର ରୋଗ ଆରମ୍ଭ କରେ । ଦେହ ଭିତର ସଫା ରଖିବାକୁ ହେଲେ ନିୟମତ ଭାବରେ ଝାଡ଼ାଝପଟ ଫେରିଯିବା, ବଦହଜମୀ କରାଇ ନ ଦେବା, ବ୍ୟାୟାମଦ୍ୱାରା ଦେହ ଭିତରୁ ମଇଳା ବାହାର କରିଦେବା ଆଦି ଦରକାର ।

 

ଦେହ ଅପରିଷ୍କାର ରହିଲେ କଣ ହୁଏ :--- ଚମ ଅପରିଷ୍କାର ରହିଲେ ତହିଁରେ ମଳି ବସେ ତେଣୁ ଲୋମକୂପ ବନ୍ଦ ହୋଇଯାଏ ଓ ଫଳରେ ଦେହ ଭିତରୁ ଝାଳ ବାହାରି ନ ପାରି ରୋଗ ଆରମ୍ଭ କରାଏ । ଚମରେ ମଳି ବସିଲେ ଦେହ ଗନ୍ଧାଏ, କୁଣ୍ଡାଇ ହୁଏ ଓ କାଛୁ, କୁଣ୍ଡିଆ, ଯାଦୁ ଆଦି ରୋଗ ହୁଏ । ଦେହ ଅପରିଷ୍କାର ଥିଲେ ମନ ଭଲ ରହେନାହିଁ ।

 

ବାଳ ଅପରିଷ୍କାର ରହିଲେ ତହିଁରେ ଉକୁଣୀ, ରୂପି ଆଦି ହୁଅନ୍ତି, ଜଟ ହୁଏ, ମୁଣ୍ଡ କୁଣ୍ଡାଇ ହୁଏ, ଘା ଫିଟିଯାଏ, ମୁଣ୍ଡ ଗନ୍ଧାଏ ଓ ଅସୁନ୍ଦର ଦେଖାଯାଏ ।

 

ନଖ ଅପରିଷ୍କାର ରହିଲେ ତହିଁରେ ଥିବା ମଇଳା ଓ ରୋଗବୀଜାଣୁ ପେଟକୁ ଯାଇ ରୋଗ ଭିଆନ୍ତି ।

 

ଦାନ୍ତ ଅପରିଷ୍କାର ରହିଲେ ଦାନ୍ତ ମୂଳରେ ମଳି ବସି ପୂଜ ହୁଏ, ଘା ହୁଏ, ଦାନ୍ତ ବିନ୍ଧେ, ଶୀଘ୍ର ପଡ଼ିଯାଏ, ଆଉ ପୂଜ ଓ ମଳି ପେଟ ଭିତରକୁ ଯାଇ ନାନାପ୍ରକାର ରୋଗ ଭିଆଏ ।

 

ଦେହ ଭିତର ଅପରିଷ୍କାର ରହିଲେ ମୁଣ୍ଡ ବୁଲାଏ, ମୁଣ୍ଡ ବଥାଏ, ଅଜୀର୍ଣ୍ଣ ରୋଗ ହୁଏ, ଦେହ ମାନ୍ଦା ଜଣାଯାଏ, କାମ କରିବାକୁ ମନ ହୁଏନାହିଁ, ବଳ କମିଯାଏ ଓ ଏ ସବୁ ଫଳରେ ଅନ୍ୟାନ୍ୟ ଅସାଧ୍ୟ ଅସାଧ୍ୟ ରୋଗସବୁ ସହଜରେ ମାଡ଼ି ବସନ୍ତି ।

ଦେହ ପରିଷ୍କାର ରଖିବା ଉପାୟ -- ମୋଟ ଉପରେ କହିବାକୁ ଗଲେ ଦେହ ପରିଷ୍କାର ରଖିବାକୁ ଗଲେ କେତୋଟି କଥା ମାନିବ ଦରକାର, ଯଥା :-- ସକାଳୁ ଉଠିବା, ଦାନ୍ତ ଘଷିବା, ପାଣି ପିଇବା, ଝାଡ଼ା ଝପଟ ଫେରିଯିବା, ବ୍ୟାୟାମ କରିବା, ଗାଧୋଇବା, ମୁଣ୍ଡ କୁଣ୍ଡାଇବା, ନଖ ସଫା ରଖିବା, ପାଟିବାଟେ ନିଶ୍ୱାସ ନ ନେଇ ନାକବାଟେ ନିଶ୍ୱାସ ନେବା ଏବଂ ଦେହ ଭିତରକୁ ଯାଉଥିବା ଖାଦ୍ୟ, ପାଣି ଓ ପବନ ଏବଂ ଦେହ ସମ୍ପର୍କରେ ଆସୁଥିବା ଲୁଗାପଟା, ଘରଦ୍ୱାର ଆଦି ସବୁ ପରିସ୍କାର ପରିଚ୍ଛନ୍ନ ରଖିବା ।

 

ତଳେ ଏହିସବୁ ବିଷୟରେ କିଛି କିଛି କୁହାଯାଉଛି ।

 

ସକାଳୁ ଉଠିବ

ପଡ଼ିବ ଆଗ ଆଲୁଅ ଦେହକୁ ଭାରି ହିତ । ଏହା ବାଜିଲେ ଅନେକ ରୋଗଜୀବାଣୁ ମରିଯାନ୍ତି । ଏହା ପାଇବାପାଇଁ ସୂର୍ଯ୍ୟ ଉଇଁବା ଆଗରୁ ଉଠି ବାହାରେ ବୁଲିବା ଦରକାର । ଏହା ଛଡ଼ା ବଡ଼ିଭୋରୁ ପବନ ଭାରି ସଫା ଥାଏ, ତାହା ଦେହକୁ ଭଲ ରଖେ । ଭୋରରୁ ଉଠିଲେ ଅଳସ ଭାଙ୍ଗିଯାଏ ଓ କାମଧନ୍ଦା କରିବାକୁ ସ୍ଫୂର୍ତ୍ତି ଆସେ । ଏହିସବୁ କାରଣରୁ ସୂର୍ଯ୍ୟ ନ ଉଉଁଣୁ ଉଠିବ ।

 

ଦାନ୍ତ ଘଷା

ଦାନ୍ତ ନ ଘଷିଲେ କଣ କ୍ଷତି ହୁଏ-- ଆମେ ଯେଉଁ ଖାଦ୍ୟ ଖାଏଁ ତହିଁରୁ କେତେକ ଅଂଶ ଦାନ୍ତ ସନ୍ଧ।ରେ ଲାଗିଯାଏ । ଏହାସବୁ ଆସ୍ତେ ଆସ୍ତେ ପଡ଼େ ଓ ତହିଁରେ ନାନାପ୍ରକାର ରୋଗବୀଜାଣୁ ଜନ୍ମନ୍ତି । ଏହାଛଡ଼ା ଶୋଇଲାବେଳେ ପାଟି ଚଳୁ ନ ଥିବାରୁ ଦାନ୍ତ ମୂଳରେ ଲାଗିଥିବା ଲାଳ ଆଦି ପଚିବାକୁ ଲାଗେ । ଦାନ୍ତ ନ ଘଷିଲେ ଦାନ୍ତ ମୂଳରେ ଏହିସବୁ ମଇଳା ଜିନିଷ ବସିରହେ; ଫଳରେ ଦାନ୍ତ ମୂଳରେ ଘା ହୁଏ, ପୂଜ ହୁଏ, ମୁହଁରେ ଗନ୍ଧାଏ, ଦାନ୍ତ ମୂଳ ବିନ୍ଧେ, ଦାନ୍ତ ପୋକ ଖାଏ, ଦାନ୍ତ ଶୀଘ୍ର ପଡ଼ିଯାଏ; ଅଜୀର୍ଣ୍ଣ ହୁଏ ଏବଂ ଦାନ୍ତ ମୂଳର ପୂଜ ଓ ମଇଳା ପେଟ ଭିତରକୁ ଯାଇ ମହା ମହା ଅନିଷ୍ଟ କରେ ।

 

ଦାନ୍ତ ଘଷିଲେ ଲାଭ କଣ --- ଦାନ୍ତ ଘଷିଲେ ଦାନ୍ତ ମୂଳରେ ମଇଳା ଜମି ପାରେ ନାହିଁ, ମାଢ଼ି ଟାଣ ହୁଏ, ଦାନ୍ତ ସଫା ଓ ସୁନ୍ଦର ଦିଶେ, ମୁହଁରୁ ଗନ୍ଧ ବାହାରେ ନାହିଁ, ଖାଦ୍ୟ ଭଲ ରକମ ହଜମ ହୁଏ ଓ ସହଜରେ ଦାନ୍ତ ପଡ଼େ ନାହିଁ କି ତହିଁରେ କିଛି ରୋଗ ହୁଏ ନାହିଁ ।

 

ଦାନ୍ତ କିପରି ଘଷିବ --- ସକାଳୁ ଉଠିଲାକ୍ଷଣି ଆଗକରି ଦାନ୍ତ ଘଷିବ । ଥରେ ସକାଳୁ ଓ ଆଉଥରେ ରାତିରେ ଠିକ ଶୋଇବା ଆଗରୁ ଦାନ୍ତ ଘଷିବା ଉଚିତ -----ଶୋଇବା ଆଗରୁ ଘଷିଲେ ଦାନ୍ତ ସନ୍ଧ।ରେ ମଇଳା ରହେ ନାହିଁ । ଗୁଡ଼ାଖୁ, ବୁରୁସ ଆଦିରେ ଦାନ୍ତ ଘଷିବା ଭାରି ଖରାପ । ସବୁଠାରୁ ଲିମ୍ବ, ସାହାଡ଼ା, ବଜ୍ରମୂଳି, ସାଲ କିମ୍ବା ବାଇଗବ। ଦାନ୍ତକାଠି ଭଲ । ଏଥିରେ ଦାନ୍ତ ଭଲ ସଫା ହୁଏ । ଦାନ୍ତ ଘଷି ସାରି ଜିଭ ଛେଲିବ । ଜିଭ ଛେଲିଲେ ଜିଭ ସଫା ରହେ-। ଜିଭ ଛେଲିସାରି ଭଲକରି କୁଳୁକୁଞ୍ଚ। କରିବ ଓ ମୁହଁ, ଆଖି ଧୋଇ ସଫା କରିଦେବ ।

 

ଦାନ୍ତ ଘଷିସ।ରି ଗିଲାସେ ଖଣ୍ଡେ ଥଣ୍ଡାପାଣି ପିଇଲେ ଦେହ ଭିତର ମଇଳା ମୂତ ଓ ଝାଳ ହୋଇ ବାହାରିଯାଏ, ଝାଡ଼ା ସଫା ହୁଏ ଓ ଅଜୀର୍ଣ୍ଣ ଦୋଷ ଥିଲେ ଭାଙ୍ଗି ଯାଏ ।

 

ଝାଡ଼ା ଝପଟ ଫେରିବା

ପେଟରେ ଝାଡ଼ା ଜମିଲେ କଣ ହୁଏ --- ଖାଦ୍ୟର ଅସାର ଅଂଶ ଝାଡ଼ା ହୋଇ ଦେହରୁ ବାହାରିଯାଏ । ନିୟମିତରୂପେ ଝ।ଡ଼ାଫେରି ନ ଗଲେ ସେହି ମଇଳା ଅନ୍ତ ଭିତରେ ଜମି ରହି ପଚେ । ଏହା ଫଳରେ ଅନ୍ତ ଦୁର୍ବଳ ହୋଇଯାଏ, ଭୋକ ମରିଯାଏ, ହଜମଶକ୍ତି କମିଯାଏ, ଅଗ୍ନିମାନ୍ଦ୍ୟ ରୋଗ ହୁଏ, ମୁଣ୍ଡ ବୁଲାଏ ଓ ବଥାଏ ଓ ତହିଁରୁ ବିଷାକ୍ତ ଜିନିଷ ବାହାରି ରକ୍ତରେ ମିଶି ନାନାପ୍ରକାର ଅନିଷ୍ଟ କରେ ଏବଂ ନାନାପ୍ରକାର ରୋଗ ଆସି ମାଡ଼ିବସେ ।

 

ଏ ହେତୁରୁ ଦାନ୍ତ ଘଷି ସ।ରି ଝ।ଡ଼ାଝପଟ ଫେରିଯିବ । ପ୍ରତିଦିନ ଠିକ ନିୟମିତ ଭାବରେ ସକାଳେ ଓ ସନ୍ଧ୍ୟାବେଳେ ଝାଡ଼ାଝପଟ ଫେରିଯିବା ନିତାନ୍ତ ଦରକାର ।

 

ବ୍ୟାୟାମ

ବ୍ୟାୟାମ କଣ ---- ଗୋଟାଏ କଳ ଖାଲି ପକାଇ ରଖିଲେ ତହିଁରେ କଳଙ୍କି ଲାଗି ତାହା ଯେପରି କିଛି କାମର ନ ହୁଏ ସେହିପରି ଦେହର କଳ ସବୁକୁ ଭଲକରି ଚାଳନା ନ କଲେ ତହିଁରେ ନାନାପ୍ରକାର ମଇଳା ଜନ୍ମେ ଓ ଦେହ ଦୁର୍ବଳ ହୋଇଯାଏ । ତେଣୁ ଦେହକୁ ଭଲ ରଖିବା ପାଇଁ ଦେହର ଚାଳନା ନିତାନ୍ତ ଦରକାର । ଏହି ଚାଳନାକୁ ବ୍ୟାୟାମ କହନ୍ତି । କୁସ୍ତି କସରତ, ଡୁଡୁ , ଗୁଛିତ।ଣ୍ଡୁ, ପେଣ୍ଡୁ ଆଦି ଖେଳ, ଦୌଡ଼ା ଧ।ପଡ଼ା, ଚଲାବୁଲା ଆଦିଦ୍ୱାରା ବ୍ୟାୟାମ ହୁଏ

 

ବ୍ୟାୟାମ କଲେ ଲାଭ କଣ -- ବ୍ୟାୟାମ କଲେ ରକ୍ତ ସଫା ହୁଏ, ଦେହ ଭିତର ମଇଳା ଝାଳ ସଙ୍ଗେ ବାହାରିଯାଏ, ଦେହର ବଳ ବଢ଼େ ଖାଦ୍ୟ ଭଲ ହଜମ ହୁଏ, ଭୋକ ବଢ଼େ, ଝାଡ଼ା ସଫା ହୁଏ, ଭଲ ନିଦ ହୁଏ, ଚମ ସଫା ରହେ, ତେଣୁ କାଛୁ ଯାଦୁ ଆଦି ରୋଗ ହୁଏ ନାହିଁ, ଦେହ ସୁନ୍ଦର ଓ ସୁଢ଼ଳ ହୁଏ ଏବଂ ଦେହରେ ବଦ୍ଧ ବସି ପାରେ ନାହିଁ । ଯେଉଁମାନେ କୁସ୍ତି କସରତ କରି ମାଲ ହୁଅନ୍ତି ସେମାନେ କେଡ଼େ ବଳୁଆ, ସୁନ୍ଦର ଓ ନିରୋଗ ଏହା ସମସ୍ତେ ଜାଣନ୍ତି ।

 

ବ୍ୟାୟାମ ନ କଲେ କ୍ଷତି କଣ--- ବ୍ୟାୟାମ ନ କଲେ ଦେହ ଭିତରୁ ମଇଳା ଭଲଭାବରେ ବାହାରି ପରେ ନାହିଁ, ଦେହ ଲାଧୂକା ହୋଇଯାଏ, ବଦ୍ଧ ବସେ, ବଳ ବଢ଼େ ନାହିଁ, କାମ ଦାମ କରିବାକୁ ବଳ ପାଏ ନାହିଁ, ଭଲ ଭୋକ କିମ୍ବା ନିନ୍ଦା ହୁଏ ନାହିଁ, ଝାଡ଼ା ସଫା ହୁଏ ନାହିଁ, ଅଳସ ଲାଗେ, ଦେହର ଗଠଣ ଅସୁନ୍ଦର ହୋଇଯାଏ, କାଛୁ କୁଣ୍ଡିଆ ଆଦି ରୋଗ ସହଜରେ ଧରେ ଏବଂ ଦେହ ଭଲ ରହେ ନାହିଁ ।

 

ବ୍ୟାୟାମ ର ନିୟମ-- ପ୍ରତିଦିନ ଠିକ ନିୟମିତ ଭାବରେ ସକାଳେ ଓ ସନ୍ଧ୍ୟାବେଳେ ଗୋଟାଏ ଖୋଲା ଅଥଚ ଛାଇ ଜାଗାରେ ବ୍ୟାୟାମ କରିବ । ଝାଡ଼ା ଝପଟ ଫେରିଯିବା ପରେ ଏବଂ ଖାଲି ପେଟରେ ବ୍ୟାୟାମ କରିବା ଭଲ । ଖାଇବା ପରେ ବ୍ୟାୟାମ କରିବ ନାହିଁ । ଦେହରୁ ଗମ ଗମ ଝାଳ ବୋହିଲାଯାଏଁ ବ୍ୟାୟାମ କରିବ ଏବଂ ବ୍ୟାୟାମ କରିସାରିଲା ପରେ ଝାଳ ମଲା ଯାଏଁ ବିଶ୍ରାମ ନେବ ।

 

ଗାଧୁଆ

ଗାଧୋଇବାରେ ଲାଭ କଣ -- ଘଷା ଘଷି ହୋଇ ଗାଧୋଇଲେ ଚମ ଉପରେ ଥିବା ଧୂଳି ମଳି ଓ ରୋଗଜୀବାଣୁ ସବୁ ସଫା ହୋଇଯାନ୍ତି । ଲୋମକୂପ ମେଳା ହୋଇଯାଏ, ଚର୍ମ ରୋଗ ହୁଏ ନାହିଁ ଓ ଦେହ ଭଲ ରହେ ।

 

ତେଲ ଲଗାଇବାରେ ଲାଭ କଣ-- ଗାଧୋଇବା ଆଗରୁ ଦେହରେ ତେଲ ଭଲ କରି ତେଲ ମର୍ଦ୍ଦନ କରିବା ଉଚିତ । ତେଲ ମର୍ଦ୍ଦନ କଲେ ଚମ ଚିକ୍କଣ ଓ ସୁନ୍ଦର ହୁଏ, ପାଣି ଧରେ ନାହିଁ, ଚମ ଉପରେ ଥିବା ରୋଗ ବୀଜାଣୁ ମରିଯାନ୍ତି, ଚମ ଉପରେ ଶୀଘ୍ର ମଳି ଉଠିଯାଏ, ମର୍ଦ୍ଦନଦ୍ୱାରା ଚମରେ ବେଶି ରକ୍ତ ଖେଳିପାରେ ଓ ଚମର ବ୍ୟାୟାମ ହୁଏ ଏବଂ କେତେକ ତେଲ ଚମ ଭିତରେ ପଶି ଖାଦ୍ୟର କାମ କରେ । ଦେହରେ ସୋରିଷ ତେଲ ଓ ମୁଣ୍ଡରେ ରାଶି କିମ୍ବା ନଡ଼ିଆତେଲ ଲଗାଇବା ଉଚିତ ।

 

ଗାଧୋଇବା ନିୟମ-- ବ୍ୟାୟାମ କରି ସାରି ଟିକିଏ ବିଶ୍ରାମ ନେବ । ଝାଳ ମରିଗଲେ ତେଲ ମର୍ଦ୍ଦନ ହୋଇ ସଫା ଥଣ୍ଡା ଜଳରେ ଗାଧୋଇବ । ମଇଳା ପାଣିରେ ଗାଧୋଇଲେ ପାଣିରେ ଥିବା ମଇଳା ଦେହରେ ଲାଗିଯାଏ, ଫଳରେ କାଛୁ କୁଣ୍ଡିଆ ଯାଦୁ ଆଦି ରୋଗ ହୁଏ ।

 

ପ୍ରତିଦିନ ଠିକ ନିୟମିତ ଭାବରେ ଗାଧୋଇବ । ଗାଧୁଆରେ ବେନିୟମ କଲେ ଦେହ ଖରାପ ହୁଏ ।

ସଫା ବଗଡ଼ା ଗାମୁଛାରେ ଭଲ କରି ଘଷା ଘଷି ହୋଇ ଗାଧୋଇବ । ବେଶି ବେଳ ଯାଏଁ ପାଣିରେ ପଡ଼ିରହିବା କିମ୍ବା ଗାଧୋଇ ସାରି ଓଦା ଲୁଗାରେ ରହିବ ଭଲ ନୁହେଁ । ଗାଧୋଇ ସାରି ସଫା ଶୁଖିଲା ଗାମୁଛାରେ ଭଲ କରି ପୋଛା ପୋଛି ହେବ, ମୁଣ୍ଡ କୁଣ୍ଡାଇବ ଓ ସଫା ଶୁଖିଲା ଲୁଗା ପିନ୍ଧିବ ।

 

ମୁଣ୍ଡ କୁଣ୍ଡାଇବାର ଉପକାରିତା-- ମୁଣ୍ଡ କୁଣ୍ଡାଇଲେ ବାଳ ସଫ।ହୁଏ, ଉକୁଣି, ରୂପୀ, ଆଦି ହୁଅନ୍ତି ନାହିଁ, ଜଟ ବ।ନ୍ଧେ ନାହିଁ, ମୁଣ୍ଡରେ ଘା ହୁଏ ନାହିଁ, ମୁଣ୍ଡ ଗନ୍ଧାଏ ନାହିଁ, ମୁଣ୍ଡ ସୁନ୍ଦରଦିଶେ, ବାଳ ଭଲ ରକମ ବଢ଼େ ଏବଂ ବାଳ ମୂଳ ଦମ୍ଭ ହୁଏ ।

 

ନଖ ସଫା ରଖିବା କାହିଁକି-- ନଖ ଯେତେ ବଡ଼ ହେବ ତା ସନ୍ଧାରେ ତେତେ ବଡ଼ ହେବ ତା ସନ୍ଧାରେ ତେତେ ମଇଳା ଜମିଲେ ତାହା ଖାଦ୍ୟ ସଙ୍ଗେ ପେଟକୁ ଯାଇ ନାନା ପ୍ରକାର ରୋଗ ଆରମ୍ଭ କରେ । ଏଥିପାଇଁ ପ୍ରତି ୭/୮ ଦିନରେ ଠାରେ ଲେଖାଏଁ ନଖ କାଟି ଦେଉ ଥିବ । ପ୍ରତିଦିନ ଦାନ୍ତ ଘଷିଲା ବେଳେ, ଗାଧୋଇଲାବେଳେ ଓ ଖାଇବା ଆଗରୁ ନଖ ସବୁକୁ ସଫା କରି ଦେଉଥିବ ।

 

ନାକବାଟେ କାହିଁକି ନିଶ୍ୱାସ ନେବେ-- ନାକଟି ଗୋଟିଏ ସିଧା ସଳଖ ଫୋଡ଼ ନୁହେ । ତହିଁରେ ଅନେକ ଅଙ୍କା ବଙ୍କା ଅଛି ଏବଂ ଅନେକ ଜାଗାରେ ବାଟଟି ଖୁବ ସଂକୀର୍ଣ୍ଣ ହୋଇଅଛି । ନାକ ଭିତରେ ଅସଂଖ୍ୟ ଲୋମ ଓ ଏକପ୍ରକାର ଲାଳ ଅଛି । ନାକ ବାଟେ ନିଶ୍ୱାସ ନେଲେ ପବନରେ ଥିବା ଧୂଳି ମଳି ଏହି ଲୋମ ଓ ଲାଳରେ ଲାଗି ଛାଣିହୋଇ ରହିଯାନ୍ତି । କେବଳ ସଫା ପବନ ଭିତରକୁ ଯାଏ । ଛିଙ୍କ ଦ୍ୱାରା ନାକ ଭିତରକୁ ଜମିଥିବା ମଇଳା ଥରକୁଥର ବାହାରି ଯାଉଥାଏ । ପାଟିବାଟେ ନିଶ୍ୱାସ ନେଲେ ଧୂଳି ମଳି ଛାଣିହୋଇ ପାରେନାହିଁ, ସେ ସବୁ ଭିତରକୁ ଚାଲିଯାଏ । ଏ ହେତୁରୁ ନାକ ବାଟେ ନିଶ୍ୱାସ ନେବ । କେବେହେଲେ ପାଟିବାଟେ ନିଶ୍ୱାସ ନେବା ନାହିଁ । ଏଥିରେ ଅନେକପ୍ରକାର ରୋଗ ହୁଏ ।

 

ଦେହ କିପରି ସଫା ରଖିବ ଏହା କୁହାଗଲା । ଏବେ ଦେହ ସମ୍ପର୍କରେ ଆସୁଥିବା ଜିନିଷସବୁ ବିଷୟରେ ଦୁଇ ଚାରି କଥା କୁହ ଯାଉଅଛି ।

 

ଖାଦ୍ୟ

ଖାଦ୍ୟର ପ୍ରୟୋଜନୀୟତା-- ଖାଦ୍ୟ ଯୋଗେ ଦେହ ବଢ଼େ, କାମ କରିବାକୁ ବଳ ଆସେ, ଦେହ ଉଷୁମ ରହେ ଏବଂ ଦେହର କ୍ଷତିପୂରଣ ହୁଏ । ଏ ହେତୁରୁ ଖାଦ୍ୟ ନ ହେଲେ ନ ଚଳେ । ଖାଦ୍ୟ ପେଟ ଓ ପେଟରୁ ଅନ୍ତକୁ ଯାଇ ହଜମ ହୁଏ ଏବଂ ତାର ସାରତକ ବାହାରି ରକ୍ତରେ ମିଶେ ।

 

ବିଭିନ୍ନପ୍ରକାର ଖାଦ୍ୟ -- ଆମ୍ଭେମାନେ ଭାତ, ଡାଲି, ତୁଣ, ତରକାରୀ, ମାଛ, ମାଂସ, ଦୁଧ, ଘିଅ, ତେଲ, ଲୁଣ, ପାଣି, ଫଳମୂଳ ଆଦି ଜିନିଷ ଖାଉଁ । ଏସବୁ ଜିନିଷମାନଙ୍କ ଭିତରୁ ଗୋଟିଏ ଗୋଟିଏ ଜିନିଷର ଗୋଟିଏ ଗୋଟିଏ ଗୁଣ । କେହି ଦେହକୁ ବଢ଼ାଇଲେ କିଏ ବଳ ଦିଏ, ଏହିପରି । ଏ ହେତୁରୁ ସବୁ ପ୍ରକାର ଜିନିଷ ମିଶାଇ ପରିମାଣ ଅନୁସାରେ ଖାଇବା

ଉଚିତ ।

 

କିପରି ଖାଦ୍ୟ ଖାଇବ - ତଟକା ଜିନିସ ଖାଇବ । ବାସୀ ଜିନିସ ଖରାପ, ତାହା ଖାଇବ ନାହିଁ । ଗରମ ଥିବାତକ ଖାଦ୍ୟରେ କୌଣସିପ୍ରକାର ରାଜାବିଜାଣୁ ରହିପାରନ୍ତି ନାହିଁ; ଏ ହେତୁରୁ ଉଷୁମ ଥାଉ ଥାଉ ଖାଇବ ।

 

ମାଛି ଗୋଟିଏ ଭାରୀ ଅନିଷ୍ଟକାରୀ କୀଟ । ମାଛି ମଇଳା ଜିନିସରେ ବସେ ଓ ସେପରୁ ଉଡ଼ିଆସି ଖାଦ୍ୟରେ ବସେ । ଏ ହେତୁରୁ ଖାଦ୍ୟରେ ମାଛି ବସିଲେ ଖାଦ୍ୟ ଦୂଷିତ ହୋଇଯାଏ । ମାଛି ବସିଥିବା ଖାଦ୍ୟ ଖାଇବନାହିଁ । ଏହି ମାଛିଙ୍କଦ୍ୱାରା ହଇଜା ରୋଗର ବୀଜାଣୁ ଖାଦ୍ୟକୁ ଆସିଥାଏ । ଖାଇବା ଜିନିସକୁ ଘୋଡ଼ାଇ ରଖିଲେ ମାଛି ବସି ପାରନ୍ତି ନାହିଁ ।

 

ବଜାର ଜିନିସରେ ଏଣୁତେଣୁ ବାରକଥା ମିଶିଥାଏ, ତେଣୁ ତାହା ନ ଖାଇ ନିଜ ଘର ତିଆରୀ ଜିନିସ ଖାଇବ ।

 

ଖାଦ୍ୟରୁ ରକ୍ତ ହୁଏ ଏ ହେତୁରୁ ଖାଦ୍ୟ ଯେତେ ପରିଷ୍କାର ଓ ନିର୍ଦୋଷ ହେବ ଦେହ ସେତେ ଭଲ ରହିବ । ଖାଦ୍ୟ ଦୂଷିତ ହେଲେ ନାନାପ୍ରକାର ରୋଗ ହୁଏ । ଏହି କାରଣରୁ ଖାଦ୍ୟ ଯେଉଁ ପାତ୍ରରେ ରନ୍ଧାଯାଏ ତାହା ସର୍ବଦା ସଫା ସୁତୁରା ରଖିବ ଓ ଯେଉଁ ବାସନରେ ଖିଆପିଆ କର ତାହା ସର୍ବଦା ମଜମଜି କରି ପରିଷ୍କାର ରଖୁଥିବ । ଖାଇବା ଆଗରୁ ବାସନକୁସନକୁ ଠାରେ ଗରମ ପାଣିରେ ପିଛୁଳାଇ ନେବା ଉଚିତ ।

 

ପ୍ରତିଦିନ କିଛି କିଛି କଞ୍ଚାଖିଆ ଫଳ କିମ୍ବା ଗଜାବୁଟ କିମ୍ବା ଗଜାମୁଗ ଖାଇବ । ଏସବୁଥିରେ ଖାଦ୍ୟ-ପ୍ରାଣ (v।tam।n) ବୋଲି ଏକପ୍ରକାର ଜିନିସ ଥାଏ । ଏହା ନ ହେଲେ ଦେହ ବଢ଼ିବ ନାହିଁ କିମ୍ବା ନିରୋଗ ହେବ ନାହିଁ ।

 

ଗରିଷ୍ଠ ଜିନିସ ଖାଇବା ନାହିଁ । ଏହା କହିଲେ ଅଜୀର୍ଣ୍ଣ ରୋଗ ହୁଏ । ପଚା ସଢ଼। ଜିନିସ ଖାଇବା ମୋଟ ଉଚିତ ନୁହେ; ଏଥିରେ ରୋଗ ହୁଏ ।

 

ସହଜରେ ଜୀର୍ଣ୍ଣ ହେବା ଭଳି ସାରବ।ନ ଖାଇବା ଭଲ ।

 

ଖାଇବା ବିଷୟରେ ଦୁଇ ଚାରିକଥା -- ପ୍ରତିଦିନ ଠିକ ନିୟମିତ ଭାବରେ ଖାଇବ । ଏକାଠି ବେଶୀ ଗୁଡ଼ାଏ ଖାଇବ ନାହିଁ । ଖାଇବା ଜିନିସ ଯେତେ ଚୋବାଇ ଖାଇବା ତାହା ସେତେ ଭଲ ହଜମ ହେବ ଓ ତହିଁରୁ ତେତେ ଫଳ ମିଳିବ । ତର ତର କରି ଦର ଦର ଚୋବା ଗିଳିଦେଲେ ଅଜୀର୍ଣ୍ଣ ହୁଏ । ଖାଉ ଖାଉ କିମ୍ବା ଖାଇ ସାରିଲାକ୍ଷଣି ପାଣି ପିଇବ ନାହିଁ । ଖାଇ ସାରିବାର ଅନ୍ତତଃ ଘଣ୍ଟାକ ପରେ ପାଣି ପିଇବ । ଖାଇ ସାରି ଦଉଡ଼ା ଧପାଡ଼ା ଖେଳା ଖେଳି କିମ୍ବା ପଢ଼ାପଢ଼ି କରିବା ନାହିଁ । ଖାଇ ସାରି ଅନ୍ତତଃ ଅଧଘଣ୍ଟାଏ ବିଶ୍ରାମ ନେବ । ଖାଇବା ଆଗରୁ ହାତ ଓ ମୁହଁ ଭଲ କରି ଧୋଇ ସଫା ଜାଗାରେ ବସି ଖାଇବ । କାହାରି ସଙ୍ଗେ ଖାଇବ ନାହିଁ କିମ୍ବା କାହାରି ଅଇଁଠା ଖାଇବନାହିଁ । ଏପରି କଲେ ରୋଗ ଡିଏଁ ।

 

ପାଣି

ପାଣିର ଉପକାରିତା -- ପାଣି ନ ହେଲେ ବଞ୍ଚିବା ଅସମ୍ଭବ । ସବୁ କଥାରେ ଆମର ପାଣି ଦରକାର । ଆମେ ଯେଉଁ ପାଣି ପିଏଁ କିମ୍ବା ଭାତ, ଡାଲି, ତରକାରୀ ଆଦିସଙ୍ଗେ ଖାଏଁ ତଦ୍ଦ୍ୱାରା ଖାଦ୍ୟ ହଜମ ହୁଏ, ଝାଳ ରକ୍ତ ତିଆରି ହୁଏ, ଝାଳ ଓ ମୃତ ବାଟେ ଦେହରୁ ମଇଳା ସବୁ ବାହାରିଯାଏ ଓ ଦେହର କ୍ଷତି ପୂରଣ ହୁଏ । ଏହା ଛଡ଼ା ରନ୍ଧା ବଢ଼ା ଗାଧୁଆ ପାଧୁଆ, ଧୁଆ ଧୋଇ ଆଦି କାମରେ ପାଣି ନ ହେଲେ ନ ଚଳେ ।

 

ନିର୍ମଳ ଜଳ କିପରି-- ନିର୍ମଳ ଜଳର କୌଣସି ପ୍ରକାର ସ୍ୱାଦ, ଗନ୍ଧ କିମ୍ବା ବର୍ଣ୍ଣ ଥାଏ ନାହିଁ । ଏହା ଦେଖିବାକୁ କାଚ କେନ୍ଦୁ ପରି ସ୍ୱଚ୍ଛ ।

 

ଜଳ କିପରି ଦୂଷିତ ହୁଏ-- ମାଟି, ବାଲି, ଧୂଳି, ମଳି, ରୋଗ-ଜୀବାଣୁ ଆଦି ଜଳରେ ଭାସି ଏବଂ ନାନା ପ୍ରକାର ଖନିଜ ପଦାର୍ଥ ଜଳରେ ମିଶି ଜଳ ଅପରିଷ୍କାର ଏବଂ ଦୂଷିତ କରିଥାନ୍ତି । ବଢ଼ିପାଣି ଯେ ଗୋଳିଆ ଦିଶେ ତାହାର କାରଣ ହେଉଛି ତହିଁରେ ମାଟି, ଧୂଳି, ମଳି, ଗୁହ, ରୋଗଜୀବାଣୁ ଆଦି ଅନେକ ଗୋଲୀ ହୋଇ ରହିଥାନ୍ତି । ସେହିପରି ନାନା ପ୍ରକାର ଖନିଜ ପଦାର୍ଥ କେତେକ କୂଅ ଜଳରେ ମିଶି ଥିବାରୁ ସେ ଜଳ ଗୋଳିଆ ନ ଦିଶିଲେ ସୁଦ୍ଧ। ଖାରିଆ ଲାଗେ । ଗୋଳିଆ ବଢ଼ିପାଣି ଏବଂ ଖାରିଆ କୂଅ ପାଣି କେହି ବିଶୁଦ୍ଧ ଜଳ ନୁହନ୍ତି ।

 

ଦୂଷିତ ଜଳର ଅପକାରିତା-- ଜଳ ପେଟକୁ ଯାଇ ରକ୍ତରେ ମିଶେ, ଏହେତୁରୁ ଦୂଷିତ ଜଳରେ ଥିବା ମଇଳା ଜିନିସ ପେଟକୁ ଯାଇ ସେଠାରେ ରୋଗ ଜନ୍ମାଏ । କେତେକ ମଇଳା ମଧ୍ୟ ରକ୍ତକୁ ଯାଇ ରକ୍ତ ଦୂଷିତ କରିଥାଏ । ଦୂଷିତ ଜଳରେ ଥିବା ରୋଗ-ବୀଜାଣୁ ଜଳ ସଙ୍ଗେ ଦେହ ଭିତରକୁ ଯାଇ ରୋଗ ଭିଆନ୍ତ । କୃମୀ, ହଇଜା ଆଦି ରୋଗ ଏହି ଜଳ ଦୋଷରୁ ହୋଇଥାଏ-

 

ଦୂଷିତ ଜଳରେ ଗାଧୁଆ ପାଧୁଆ କଲେ ନାନା ପ୍ରକାର ଚର୍ମରୋଗ ହୁଏ । ଏହିସବୁ କାରଣରୁ ଦୂଷିତ ଜଳ ବ୍ୟବହାର କରିବା ମୋଟେ ଉଚିତ ନୁହେଁ । ସର୍ବଦା ବିଶୁଦ୍ଧ ପାଣି ବ୍ୟବହାର କରିବା ଉଚିତ ।

 

ଜଳ ଶୋଧନ କରିବା ଉପାୟ-- ଢାଳେ ପାଣିରେ ନଖେ ଫିଟିକିରି ଗୋଳି କିଛି ସମୟ ରଖିଦେଲେ ଭାସୁଥିବା ମଇଳା ତଳେ ବସିଯାଏ । ଉପରୁ ସଫା ପାଣିତକ ନିଗାଡ଼ି ନେଇ ସଫା ଧୋବକିନା ଦିଦୋଡ଼ କରି ତହିଁରେ ଛାଣି ଦେଲେ ପାଣିରେ ଥିବା ଅବଶିଷ୍ଟ ମଇଳାତକ ଛାଣି ହୋଇଯାଏ ଏବଂ ପାଣି ପରିଷ୍କାର ଦିଶେ । ଏହି ଛଣାପାଣିକୁ ଫୁଟାଇ ଦେଲେ ତହିଁରେ ଥିବା ରୋଗବିଜାଣୁ ଆଦି ମରିଯାନ୍ତି, ତେଣୁ ତାହା ନିର୍ଦୋଷ ହୋଇଯାଏ । ଫୁଟା ହୋଇଥିବା ପାଣି ଅନେକଙ୍କୁ ସ୍ୱାଦ ଲାଗେ ନାହିଁ, କିନ୍ତୁ ଏହାକୁ ଦୁଇଟା ଗିଲାସରେ ୪/୫ ଥର ଭାଙ୍ଗିଦେଲେ ତାହା କଞ୍ଚାପାଣି ପରି ସ୍ୱାଦ ଲାଗେ ।

 

କୂଅ

କୂଅ କିପରି ହେବ ଉଚିତ -- ଘର, ଗୁହାଳ ଏବଂ ପାଇଖାନାଠାରୁ ଦୂରରେ ଖରା ପଡ଼ୁଥିବା ଖୋଲା ଉଚ୍ଚ ଜାଗାରେ ଭଲ ମାଟିରେ କୂଅ ଖୋଲିବ । କୂଅ ଯେତେ ଗହୀରା ହେବ ସେତେ ଭଲ । ପକ୍କା କୂଅ ସବୁଠାରୁ ଭଲ । ପକ୍କା କୂଅ କଲେ ତାହା ଭଲକରି ସିମେଣ୍ଟ ମାଟିରେ ପଲସ୍ତରା କରିଦେବ । ଏହା ନ କଲେ ବାହାରର ମଇଳା ପାଣି କୂଅ ଭିତରକୁ ଝରିବ । ପଥର ନନ୍ଦ କୂଅ ପକ୍କା କୂଅ ପରି ଭଲ । ନନ୍ଦର ସନ୍ଧି ଜାଗା ଭଲ କରି ସିମେଣ୍ଟ ମାଟିରେ ଯୋଡ଼ି ଦେଲେ ତହିଁରେ ମଇଳା ପାଣି ଝରି ପାରେନାହିଁ । ମାଟି ନନ୍ଦ ବସାଇଲେ ଦୁଇ ପରସ୍ତ ନନ୍ଦ ଦେଇ ମଝିଜାଗା ସିମେଣ୍ଟ ଓ ଚୂନଗୋଳା ଗାଡ଼ିରେ ଭର୍ତ୍ତି କରିଦେବ । ଏପରି କଲେ ତାହା ପଥର କୂଅପରି ହୋଇଯାଏ । କୂଅର ଗାନ୍ଥେଣି ଅନ୍ତତଃ ଦୁଇପଟ ଉଚ୍ଚ ଉଠାଇ ତାହାର ଉପର ବାହାର ଆଡ଼କୁ ଢାଲୁ କରିଦେବ । ଏପରି କଲେ କେହି ତା ଉପରେ ମାଠିଆ ରଖିପାରିବେନାହିଁ । କୂଅ ଚାରିପଟେ ଓଷ।ରିଆ କରି ଚାନ୍ଦିନୀ କରିଦେବ । ଚାନ୍ଦିନୀ ଚାରିପାଖଯାକ ନଳା ରଖି ସେହି ନଳା ଦେହରୁ ଆଉ ଗୋଟିଏ ନଳା ନେଇ ଦୂରରେ ଛାଡ଼ିଦେବ । କୂଅ ପାଖରେ ଗଛ ରଖିବ ନାହିଁ । ଗଛ ରହିଲେ ପାଣିରେ ପତ୍ର ପଡ଼ି ପଚିବ । କୂଅ ପାଖରେ ଗାଧୁଆ ପାଧୁଆ, ବାସନ ମଜମଜି କିମ୍ବା ଦାନ୍ତପତ୍ର ଘଷାଘଷି କରିବା ଉଚିତ ନୁହେଁ । କୂଅ ଭିତରେ ଯେ ସେଚ୍ଛା ମାଠିଆ ଓ ଦଉଡ଼ି ବୁଡ଼ାଇବ ନାହିଁ । ସର୍ବଦା ପରିଷ୍କାର ମାଠିଆ ଓ ଦଉଡ଼ି ବ୍ୟବହାର କରିବ । ବର୍ଷକୁ ଅନ୍ତତଃ ଥରେ ଲେଖାଏଁ କୂଅ ଉଝ।ଳି ଦେଉଥିବ ଏବଂ ମଝିରେ ସେରେ ଖଣ୍ଡେ ଲେଖାଏଁ କଲିଚୂନ ପକାଇ ଦେଉଥିବ । ଏହା କଲେ ପାଣି ଭଲରହେ ।

 

କୂଅ ପାଣି ଦୂଷିତ ହୁଏ କିପରି-- କୂଅ ପାଖରେ ଗୁହାଳ, ଅଳିଆଗଦା, ଖତଗଦା, କିମ୍ବା ପାଇଖାନା ରହିଲେ ସେ ସବୁ ସ୍ଥାନର ଦୂଷିତ ରସ କୂଅ ଭିତରକୁ ନିଗିଡ଼ି କୂଅ ଜଳ ଦୂଷିତ କରିଦିଏ । କୂଅ ନିକଟରେ ଗଛ ରହିଲେ ପତ୍ର ପାଣିରେ ପଡ଼ି ପଚେ ଓ ଜଳ ଦୂଷିତ ହୁଏ । କୂଅ ନିକଟରେ ଗାଧୁଆ ପାଧୁଆ, ମଜାମଜି କିମ୍ବା ଦାନ୍ତପତ୍ର ଘଷାଘଷି କଲେ ସେ ପାଣି କୂଅ ଭିତରକୁ ନିଗିଡ଼ି ତହିଁରେ ପାଣି ଦୂଷିତ କରିଦିଏ । କୂଅରେ ଯେଚ୍ଛା ସେ ଅପରିଷ୍କାର ମାଠିଆ, ଦଉଡ଼ି ପକାଇଲେ କୂଅ ପାଣି ଦୂଷିତ ହୋଇଥାଏ । କୂଅର ଗାନ୍ଥେଣି ଉଚ୍ଚ ନ ହେଲେ କୂଅ ଭିତରେ ଚାରିଆଡ଼ର ପାଣି ପଶି କୂଅ ପାଣି ଦୂଷିତ କରିଦିଏ । କୂଅ ଗାନ୍ଥେଣିରେ ମାଠିଆ ଆଦି ରଖିଲେ କିମ୍ବା ତହିଁରେ ଠିଆ ହୋଇ ପାଣି କାଢ଼ିଲେ କୂଅରେ ମଇଳା ପଡ଼ି ପାଣି ଦୂଷିତ ହୁଏ । କୂଅକୁ ପ୍ରତିବର୍ଷ ନ ଉଝାଳିଲେ କୂଅ ପାଣି ଦୂଷିତ ହୋଇଥାଏ ।

 

ପୋଖରୀ

ପୋଖରୀ କିପରି ହେବ ଉଚିତ -- ଘର, ଗୁହାଳ, ଗୁହପଦା, ପାଇଖାନା, ମଶାଣିପଦା, ଖତଗଦା, ବିଲ ଆଦି ଠାରୁ ଦୂରକୁ ଖରା ପଡ଼ୁଥିବା ଉଚ୍ଚ ଖୋଲା ଜାଗାରେ ଭଲ ମାଟି ଦେଖି ଚଉସମ କରି ପୋଖରୀ ଖୋଳିବ । ପୋଖରୀ ଯେତେ ଗହିଡ଼ା ଓ ବଡ଼ ହୁଏ ସେତେ ଭଲ । ପୋଖରୀ ଚାରିପଟ ଯାକ ଉଚ୍ଚ ବନ୍ଧ ବାନ୍ଧି ତାହା ଘାସ ଚେକାରେ ଛାଇ ଦବ । ଏହା କଲେ ବାହାରର ପାଣି ପୋଖରୀ ଭିତରେ ପଶିପାରିବ ନାହିଁ । ଗୋରୁ ଗାଈ ପୋଖରୀ ଭିତରକୁ ନ ଯିବା ପାଇଁ ଚାରିପଟଯାକ ବାଡ଼ ଦେଇଦେବ । ପୋଖରୀ ପାଖରେ ଗଛ ରଖିବନାହିଁ--- ଗଛ ରହିଲେ ପତ୍ର ପଡ଼ି ପାଣିରେ ପଚିବ । ଖଣ୍ଡେ ଦୂରକୁ ଗଛ ରଖିପାର । ପୋଖାରୀରେ ଦଳ ହେଲେ ତାହା କାଢ଼ି ସଫା କରିଦେଉଥିବ ଏବଂ ପ୍ରତି ପାଞ୍ଚ ବର୍ଷରେ ଥରେ ଲେଖାଏଁ ଉଛାଳି ଦେଉଥିବ । ପୋଖରୀ ହୁଡ଼ା ବା ତା ଆଖ ପାଖରେ କାହାରିକୁ ଝାଡ଼ା ଫେରାଇ ଦେବ ନାହିଁ କିମ୍ବା ପୋଖରୀ ଜଳରେ କେହି ଗାଧୁଆ ପାଧୁଆ କରିବ ନାହିଁ । ପୋଖରୀରେ ଶୌଚ ହେଲେ, ଦାନ୍ତ ଘଷିଲେ, କିମ୍ବା ଗୋରୁ ଗାଈ ଗାଧୋଇ ଦେଲେ ତାହାର ଜଳ ଖରାପ ହୋଇଯାଏ; ତେଣୁ ଏହା କରାଇଦେବନାହିଁ । ପୋଖରୀରେ ଛୋଟ ଛୋଟ ମାଛ ପୋଷିବ ସେମାନେ ମଇଳା ଓ ମଶା ଛୁଆ ଖାଇଯିବେ । ଏହିପରି ପୋଖରୀରୁ ଜଳ ପିଇବା ଉଚିତ ।

 

ପୋଖରୀ ଜଳ କିପରି ଦୂଷିତ ହୁଏ ---- ପୋଖରୀ ଭିତରେ ବାହାରର ପାଣି ପଶିଲେ, ପୋଖରୀ ହୁଡ଼ାରେ ମଳ ମୂତ୍ର ତ୍ୟାଗ କଲେ, ପୋଖରୀ ଜଳରେ ଗାଧୁଆ ପାଧୁଆ କଲେ, ଲୁଗା ପଟ। ଧୋଇଲେ, ଶୌଚ ହେଲେ, ଦାନ୍ତ ଘଷିଲେ, ଗୋରୁ ଗାଈ ଗାଧୋଇଦେଲେ, ପୋଖରୀ ପାଖରେ ଗଛ ରହି ପତ୍ର ପାଣିରେ ପଡ଼ି ପଚିଲେ, ପୋଖରୀ ଭିତରେ ଦଳ ହେଲେ କିମ୍ବା ତାହା ଘଣ୍ଟା ଘଣ୍ଟି କରି ମାଛ ଧରିଲେ ପୋଖରୀ ଜଳ ଦୂଷିତ ହୁଏ । ଏପରି ପୋଖରୀ ଜଳ ପିଇବା ଉଚିତ ନୁହେଁ ।

 

ନଇଜଳ-- ନଈ ଜଳ ସର୍ବଦା ଛାଣି ଫୁଟାଇ ପିଇବ ।

 

ପବନ

ପବନର ଉପକାରିତା-- ଖାଦ୍ୟ କିମ୍ବା ଜଳ ବିନା ଦିନାକେତେ ବଞ୍ଚିହୋଇପାରେ କିନ୍ତୁ ପବନ ବିନା ମୂର୍ହୁତ୍ତେ ସୁଦ୍ଧା ବଞ୍ଚି ହେବ ନାହିଁ । ଜୀବନ ରକ୍ଷା ପାଇଁ ପବନ ସବୁଠାରୁ ବେଶି ଦରକାରୀ । ପବନ ନିଶ୍ୱାସ ବାଟେ ଦେହକୁ ଯାଏ । ପବନରେ ଅମ୍ଳଜାନ ବୋଲି ଗୋଟିଏ ଜିନିଷ ଅଛି । ଏହାର ରକ୍ତରେ ମିଶି ଦେହର ସବୁଆଡ଼କୁ ଯାଏ ଓ ସେଠାରେ ଖାଦ୍ୟର ସାର ସଙ୍ଗେ ମିଶି ଦେହକୁ ବଳ ଦିଏ, ଦେହ ଉଷୁମ ରଖେ ଓ ଦେହ ଭିତରେ ଥିବା କଳ ମାନଙ୍କୁ ଚଳାଏ । ଏହି ପବନ ଯୋଗେ ରକ୍ତ ମଧ୍ୟ ସଫା ହୁଏ ।

 

କିପରି ପବନ ଆମକୁ ଦରକାର-- ପବନରେ ଥିବା ଅମ୍ଳଜାନ ଅଂଶ ଆମ ଦରକାରରେ ଆସେ । ଏ ହେତୁରୁ ପୁରାମାତ୍ରାରେ ଅମ୍ଳଜାନ ଥିବା ପବନ ଦେହକୁ ହିତ । ପୁରା ଅମ୍ଳଜାନ ଥାଇ ସୁଦ୍ଧା ପବନ ଚଳ ବିଚଳ ନ ହେଉଥିଲେ ତାହା ଦେହକୁ ଭଲ ଲାଗେ ନାହିଁ ଏ ହେତୁରୁ ବନ୍ଦ ଘରେ ରହିଲେ ଦେହ କାଉଳି ହୋଇଉଠେ । ଏହି କାରଣରୁ ପବନରେ ପୁରା ଅମ୍ଳଜାନ ଥିବା ଯେପରି ଦରକାର ତାହା ଚଳବିଚଳ ହେଉଥିବା ମଧ୍ୟ ସେହିପରି ଦରକାର । ଦୂଷିତ ପବନରେ ନାନା ପ୍ରକାର ରୋଗ ହୁଏ; ଏ ହେତୁରୁ ପବନ ବିଶୁଦ୍ଧ ହେବ ଉଚିତ ।

 

ବିଶୁଦ୍ଧ ପବନ କିପରି -- ବିଶୁଦ୍ଧ ପବନରେ କୌଣସି ପ୍ରକାର ଗନ୍ଧ ନ ଥାଏ ଏବଂ ତାହା ଚଳ ବିଚଳ ହେଉଥାଏ । ଏହି ପବନରେ ଦାଣ୍ଡେ ଖଣ୍ଡେ ବସିଗଲେ ମନ ଭଲ ଲାଗେ ଓ କ୍ଲାନ୍ତି ଚାଲିଯାଏ । ପୁରା ଅମ୍ଳଜାନ ଥିବା ପବନରେ ରୋଗ-ବୀଜାଣୁ ଉଧେଇପାରନ୍ତି ନାହିଁ ।

 

ବିଶୁଦ୍ଧ ପବନ କେଉଁଠାରେ ମିଳେ-- ଖରା ପଡ଼ୁଥିବା ଖୋଲା ଜାଗା ଏବଂ ବଡ଼ ବଡ଼ ଝରକା ଓ ଦୁଆର ଥିବା, ଭଲ କରି ଆଲୁଅ ପଡ଼ୁଥିବା ଶୁଖିଲା ପରିଷ୍କାର ଘରର ପବନ ବିଶୁଦ୍ଧ କାରଣ ସେ ସ୍ଥାନର ପବନ ଚଳ ବିଚଳ ହେଉଥାଏ ଏବଂ ସେଠାରେ ରୋଗ-ବୀଜାଣୁ ଆଦି ଥିବାର ଭୟ ନଥାଏ ।

 

ଘର ଭିତର ପବନ ଦୂଷିତ ହେବାର କାରଣ ---- ଘରେ ବଡ଼ ବଡ଼ ଝରକା ନଥିଲେ କିମ୍ବା ସେ ସବୁକୁ ବନ୍ଦକରି ରଖିଲେ ପବନ ଚଳ ବିଚଳ କରିପାରେ ନାହିଁ; ତେଣୁ ସେ ଘରର ପବନ ଭଲ ରହିପାରେ ନାହିଁ । ଘର ସନ୍ତସନ୍ତିଆ ରହିଲେ ପବନରେ ବେଶୀ ଗୁଡ଼ାଏ ଜଳଭାଗ ରହେ, ରୋଗ ବୀଜାଣୁ ମଧ୍ୟ ରହନ୍ତି; ତେଣୁ ସେ ସ୍ଥାନର ପବନ ବିଶୁଦ୍ଧ ରହିପାରେ ନାହିଁ-। ଘର ପାଖରେ ପଚା ସଢ଼। ଜିନିଷ ପଡ଼ିଥିଲେ କିମ୍ବା ଅପରିଷ୍କାର ନଳାମୁହଁ କିମ୍ବା ଗୁହାଳ ପାଇଖାନା ଆଦି ରହିଥିଲେ ତହିଁରୁ ଦୂଷିତ ଜିନିଷ ଉଡ଼ି ପବନରେ ମିଶି ତାହାକୁ ଅପରିଷ୍କାର କରିଦିଏ । ଗୋଟାଏ ଘରେ ଅନେକ ଗୁଡ଼ାଏ ଲୋକ ରହିଲେ ସେଠା ପବନରେ ଅମ୍ଳଜାନ ଅଂଶ କମ ପଡ଼ିବ ସଙ୍ଗେ ସଙ୍ଗେ ଦୂଷିତ ଜିନିଷ ବେଶୀ ହୋଇଯାଏ, ତେଣୁ ସେଠା ପବନ ଭଲ ରହେ ନାହିଁ । ଘରେ ଆଲୁଅ ନ ପଡ଼ିଲେ ରୋଗ -ବୀଜାଣୁଙ୍କ ସଂଖ୍ୟା ବଢ଼େ, ତେଣୁ ସେଠା ପବନ ଦୂଷିତ ହୋଇ ଯାଏ । ଘର ଭିତରେ ଛାପ ଖଙ୍କାର ପକାଇଲେ ତାହା ଶୁଖି ଧୂଳିହୋଇ ପବନରେ ଭାସେ, ତେଣୁ ସେଠାର ପବନ ଦୂଷିତ ହୋଇଯାଏ । ଯେଉଁଠାରେ ଯେତେ ବେଶୀ ଧୂଳି ସେଠା ପବନ ତେତେବେଶି ଅପରିଷ୍କାର । ଘର ଭିତରେ ନିଆଁ ଜଳାଇଲେ ସେଠା ପବନରେ ଅମ୍ଳଜାନ ଭାଗ କମ ପଡ଼ିଯାଏ ଏବଂ କେତେକ ଖରାପ ଜିନିଷ ପବନରେ ମିଶେ, ତେଣୁ ସେଠା ପବନ ଦୂଷିତ ହୋଇଯାଏ ।

 

ଏ ସବୁ ଛାଡ଼ ମଶାଣିପଦା, ଗୁହ ପଡ଼ିଆ ଆଦି ଜାଗାର ପାଖ ପବନ ଦୂଷିତ ରହିଥାଏ ।

 

ଦୂଷିତ ପବନର ଅପକାରିତା - ଭଲ ପବନ ଦେହକୁ ଯେତିକି ହିତ ଖରାପ ପବନ ତେତିକି ମନ୍ଦ । ଉପଯୁକ୍ତ ପରିମାଣରେ ଅମ୍ଳଜାନ ଥିବା ପବନ ନ ପାଇଲେ ଦେହ ଭଲ ରକମ ବଢ଼ିପାରେ ନାହିଁ, ବଳ କମିଯାଏ, ରକ୍ତ ଦୂଷିତ ହୁଏ ଏବଂ ସହଜରେ ରୋଗସବୁ ଧରିପାରେ-। ପବନ ଭଲକରି ଚଳ ବିଚଳ ନ ହେଉଥିବା ଘରେ ରହିଲେ ଦେହ କାଉଳି ଲାଗେ, ମନ ଖରାପ ହୋଇଯାଏ, ମୁଣ୍ଡ ବଥାଏ ଏବଂ ସହଜରେ ରୋଗ ସବୁ ଧରିପାରେ । ରୋଗ ବୀଜାଣୁ ଥିବା ପବନରେ ଯକ୍ଷ୍ମା, ବସନ୍ତ, ମିଳିମିଳା ଆଦି ନାନା ପ୍ରକାର ମାରାତ୍ମକ ରୋଗ ହୁଏ ।

 

ବାୟୁ ଦୂଷିତ ବୋଲି କିପରି ଜାଣିବ ----- କୌଣସି ସ୍ଥାନର ପବନ ଗନ୍ଧକଲେ ତାହା ଦୂଷିତ ବୋଲି ଜାଣିବ । ବାହାରୁ ବୁଲିଆସି ଘରେ ପଶିଗଲେ ଯଦି ନାକକୁ କୌଣସି ଗନ୍ଧ ଆସେ କିମ୍ବା ଘର ଭିତର ଗରମ ଜଣାପଡେ ତେବେ ସେ ଘରର ପବନ ଦୂଷିତ ବୋଲି ଜାଣିବାକୁ ହେବ ।

 

ଆଲୋକ

ଆଲୋକର ଉପକାରିତା --- ଆଲୋକଦ୍ୱାରା ରୋଗବୀଜାଣୁ ସବୁ ମରିଯାନ୍ତି, ବାୟୁ ଓ ଜଳ ପରିଷ୍କୃତ ହୁଏ, ଦୁର୍ଗନ୍ଧ ରହେ ନାହିଁ, ମଶା ହୁଅନ୍ତି ନାହିଁ, ମନ ଭଲ ରହେ ଏବଂ କାମ କରିବାକୁ ମନ ହୁଏ । ଆଲୋକଦ୍ୱାରା ଆଜିକାଲି ଡାକ୍ତରମାନେ ମହା ମହା ଅସାଧ୍ୟ ରୋଗ ଭଲ କରୁଅଛନ୍ତି । ଯକ୍ଷ୍ମା ପରି ଅସାଧ୍ୟ ରୋଗର ବୀଜାଣୁ ଏହି ଆଲୋକରେ ଅତି ଅଳ୍ପକେ ମରି ଯାଉଥିବାର ଦେଖାଯାନ୍ତି । ଆଲୋକରୁ ଗଛମାନେ ଖାଦ୍ୟ-ପ୍ରାଣ ପାନ୍ତି ଆଉ ଆମ୍ଭେମାନେ ତାହା ଖାଇ ନିରୋଗ ହେଉଁ । ଏହି ସବୁ କାରଣରୁ ଦେହ ଭଲ ରଖିବା ପାଇଁ ଆଲୋକ ନିତାନ୍ତ ଦରକାର-

 

ଘର ଭିତରେ ଯେତେ ବେଶୀ ଆଲୋକ ପଡ଼ିବ ସେ ଘର ତେତେ ବେଶୀ ସ୍ୱାସ୍ଥ୍ୟପ୍ରଦ ହେବ । ଆଲୋକ ପଡ଼ିବା ନିମନ୍ତେ ଘରେ ବଡ଼ ବଡ଼ ଝରକା ଓ ଦରଜା ରଖିବା ଦରକାର ।

 

ଘର

ଘର କିପରି ହେବ ଉଚିତ ---- ଲଗା ଲଗି ଗେଞ୍ଜ ଘରେ ପବନ ଓ ଆଲୁଅରେ ବାଧା ପଡ଼େ, ଏ ହେତୁରୁ ଘର ସବୁ ଛଡ଼ାଛଡ଼ି ହେବ ଏବଂ କୋଠରୀ ସବୁ ଫର୍ଚ୍ଚା ହେବା ଉଚିତ । ଚାଳ ନୁଆଁଣିଆ ହେଲେ ପବନ ଓ ଆଲୁଅରେ ବାଧା ପଡ଼େ, ତେଣୁ ଚାଳ ଯେତେ ଉଚ୍ଚ ହେବ ତେତେ ଭଲ । ପ୍ରତ୍ୟେକ କୋଠରୀରେ ସାମନା ସାମନି ବଡ଼ ବଡ଼ କବାଟ ଓ ଝରକା ରହିବା ଉଚିତ, ତାହା ନ ହେଲେ ଘର ଭିତରେ ପବନ ଖେଳି ପାରିବ ନାହିଁ କିମ୍ବା ଆଲୁଅ ପଡ଼ି ପାରିବ ନାହିଁ । ଝରକା ନଥିବା ମୁଦା ଘରେ ଭଲ ପବନ ମିଳେନାହିଁ, ତାହା ସନ୍ତସନ୍ତିଆ ରହେ, ତହିଁରେ ଆଲୁଅ ପଡ଼ି ପାରେନାହିଁ ଏବଂ ତାହା ଦୁର୍ଗନ୍ଧମୟ ହୋଇଥାଏ । ଏପରି ଘରେ ରୋଗବୀଜାଣୁ ଥାନ୍ତି-। ଏ ହେତୁରୁ ଏପରି ଘରେ ରହିଲେ ଦେହ ଖରାପ ହୋଇଯାଏ । ଘରେ ଯେତେ ଆଲୁଅ ପଡ଼େ ତାହା ତେତେ ଶୁଖିଲା ରହେ, ତହିଁରେ ରୋଗ ବୀଜାଣୁ ରହି ପାରନ୍ତି ନାହିଁ ଏବଂ ସେଠାର ପବନ ପରିଷ୍କାର ରହେ । ଘର ପାଖରେ ଗୁହାଳ, ପାଇଖାନା ଆଦି ରହିଲେ ସେଠାରୁ ଗନ୍ଧ ଆସେ, ଘରର ବାୟୁ ଦୂଷିତ ହୋଇଯାଏ ଏବଂ ଘରେ ମଶା ହୁଅନ୍ତି । ଏ ହେତୁରୁ ଘରଠାରୁ ଦୂରରେ ପାଇଖାନା, ଗୁହାଳ ଆଦି ରହିବା ଉଚିତ । ଘରପାଖେ ଅଳିଆଗଦା ରହିଲେ ଘରର ପବନ ଦୂଷିତ ହୁଏ, ଘରେ ମାଛି ଭଣ ଭଣ କରନ୍ତି, ସାପ ବେଙ୍ଗ ଆଶ୍ରୟ ନିଅଁଟି ଏବଂ ତହିଁରେ ରୋଗ--ବୀଜାଣୁ ରହନ୍ତି, ତେଣୁ ଘରଠାରୁ ଦୂରରେ ଅଳିଆଗଦା ରହିବ ଉଚିତ । ଘର ଚାରିପଟେ ଅରଞ୍ଜ ଥିଲେ ମଶା, ସାପ ଆଦି ରହନ୍ତି, ଘର ଶୁଖିଲା ରହେନାହିଁ ଏବଂ ପବନ ଓ ଆଲୋକରେ ବାଧା ପଡ଼େ, ଏ ହେତୁରୁ ଘର ଚାରିପଟୁ ଅରଞ୍ଜ ସଫା କରିଦେବା ଉଚିତ । ଅଗଣା କିମ୍ବା ଘର ଚାରିପଟ ଖାଲ ଢିପ ହେଲେ ତହିଁରେ ପାଣି ଜମେ, ତେଣୁ ଘର ସନ୍ତସନ୍ତିଆ ରହେ ଓ ମଶା ହୁଅନ୍ତି, ଏ ହେତୁରୁ ଅଗଣା ଓ ଘର ଚାରିପଟ ଏପରି ହେବା ଉଚିତ ଯେପରିକି ସେଠାରେ ମୋଟେ ପାଣି ନ ରହିପାରେ । ବର୍ଷାଦିନେ ଘରପାଣି ନିଗିଡ଼ି ଯିବାପାଇଁ ଉପଯୁକ୍ତ ନଳ। ରହିବ। ଉଚିତ । ଏହି ନଳା ଯେପରି ସର୍ବଦା ସଫାରହେ ତହିଁ ପ୍ରତି ଦୃଷ୍ଟି ରଖିଥିବା ମଧ୍ୟ ଦରକାର । ଘର ପାଖରେ ବିଲ ରହିଲେ ସେଠାରେ ମଶା ଜନ୍ମି ଘରକୁ ଆସନ୍ତି ଏବଂ ସେଠାରେ ଦୂଷିତ ବାଷ୍ପ ଘରକୁ ଆସେ ଏ ହେତୁରୁ ଘର ବିଲଠାରୁ ଦୂରରେ ରହିବ। ଉଚିତ । ଘର ପାଖରେ ମଳ ମୂତ୍ର ତ୍ୟାଗ କଲେ ଦୁର୍ଗନ୍ଧ ହୁଏ, ମାଛି ହୁଅନ୍ତି ଏବଂ ଘରର ପବନ ଦୂଷିତ ହୋଇଯାଏ, ଏ ହେତୁରୁ ଘର ପାଖରେ ମଳମୂତ୍ର ତ୍ୟାଗ କରିବା ଉଚିତ ନୁହେ । ଘର ଅପରିଷ୍କାର ରହିଲେ ଧୂଳି ଉଡ଼େ ତେଣୁ ସେଠାରେ ପବନ ଦୂଷିତ ହୋଇଯାଏ ଏବଂ ସେଠାରେ ସାପ ବେଙ୍ଗ ଓ ମଶା ରହନ୍ତି, ତେଣୁ ଘର ସର୍ବଦା ପରିଷ୍କାର ରଖିବା ଉଚିତ । ଲିପା ପୋଛା କରି ଖରକ। ଖରକି କରି ରଖୁଥିଲେ ଏବଂ ଚାଳରୁ ଅଳନ୍ଧୁ ଆଦି ଝାଡ଼ି ଦେଉଥିଲେ ଘର ପରିଷ୍କାର ରହେ । ପକ୍କା ଘରକୁ ପ୍ରତିବର୍ଷ ଅନ୍ତତଃ ଥରେ ଲେଖାଏଁ ଧଉଳେଇ ଦେଉଥିବା ଉଚିତ ।

 

ଶୋଇଲା ଘର --- ସବୁ ଘରଠାରୁ ଶୋଇଲା ଘରଟି ବେଶୀ ଭଲ ଓ ସଫା ସୁତୁରା ରହିବ ଦରକାର ଏବଂ ସେଥିରେ ବେଶୀ ଗୁଡ଼ିଏ ଝରକା ଥିବା ଉଚିତ । ଶୋଇଲା ଘରେ ପବନ ଓ ଆଲୁଅରେ ବାଧା ପଡ଼ିଲେ ଦେହ ଭଲ ରହିପାରେ ନାହିଁ । କି ଦିନ କି ରାତି ସଦାବେଳେ ଝରକା ସବୁ ମେଲା ରଖିବା ଦରକାର । ଝରକା ସବୁ ସାମାନ ସାମନି ହେବା ଉଚିତ; ତାହାହେଲେ ଏକ ପାଖରେ ପବନ ଘରେ ପଶି ଅନ୍ୟ ପାଖେ ବାହାରି ଯାଇପାରେ, ତେଣୁ ସର୍ବଦା ପବନ ଚଳବିଚଳ ହେଉ ଥାଏ । ଶୋଇବା ଘରେ ଯେତେ କମ ଜିନିଷ ରହେ ତେତେ ଭଲ । ବେଶୀ ଗୁଡ଼ାଏ ଜିନିଷ ରହିଲେ ଘରେ ଅଳିଆ ଜମେ, ମଶା ବଢ଼ନ୍ତି, ଘର ଭଲ କରି ସଫାକରି ହୁଏ ନାହିଁ ଏବଂ ଘରେ ଯେତେ ପବନ ଧରିବା କଥା ସେତେ ଧରିପାରେ ନାହିଁ । ଶୋଇଲା ଘର ପାଖରେ ରୋଷେଇଘର ରଖିବ ନାହିଁ କାରଣ ପାଖରେ ରୋଷାଇ ଘର ରହିଲେ ଧୂଆଁ ପଶିବ । ପାଇଖାନା, ଗୁହାଳ, ମୁତିବା ଜାଗା, ଅଳିଆଗଦା, ଖତଗଦା ଆଦି ସବୁ ଶୋଇବା ଘରଠାରୁ ଦୂରରେ ରହିବ। ଉଚିତ । ଶୋଇଲା ଘର ପାଖରେ ନଳାମୁହଁ ରହିବ। ଉଚିତ ନୁହେ । ଗୋଟାଏ ଘରେ ଅନେକ ଲୋକ ଶୋଇଲେ ନିଶ୍ୱାସ ପବନରେ ସେ ଘରର ପବନ ଦୂଷିତ ହୋଇଯାଏ ତେଣୁ ଗୋଟାଏ ଘରେ ଯେତେ କମ ଲୋକ ଶୁଆନ୍ତି ତେତେ ଭଲ । ଅମ୍ଳଜାନ ଯୋଗେ ଆଲୁଅ ଜଳେ ଆଉ ଆଲୁଅ ଜଳିଲେ ତହିଁରୁ କେତେକ ଅନିଷ୍ଟ କର ଜିନିଷ ବାହାରି ପବନରେ ମିଶେ । ଏ ହେତୁରୁ ଶୋଇବା ଘରେ ନିଆଁ ଜାଳିବା କିମ୍ବା ଆଲୁଅ ରଖି ଶୋଇବା ଉଚିତ ନୁହେ ।

 

ଘର ସଫା ରଖିବା କାହିଁକି ଦରକାର ---- ଆମେ ଘରେ ରହେ, ଘରେ ଶୁଏଁ ଏବଂ ଘରେ ନାନାଦି କାମ ଦାମ କରେ । ବାହାରେ ଯେତେ ସମୟ କଟେ ତହିଁରୁ ବେଶୀ କଟେ ଘର ଭିତରେ । ଏ ହେତୁରୁ ଘରଟି ପରିଷ୍କ।ର ପରିଚ୍ଛନ୍ନ ନ ରହିଲେ ଆମ ଦେହ ପରିଷ୍କାର ରହିବ ଅସମ୍ଭବ । ଏହାଛଡ଼ା ଅପରିଷ୍କାର ଘରର ପବନ ଧୂଳି ଓ ରୋଗ-ବୀଜାଣୁରେ ପୂରି ରହିଥାଏ । ସେ ପବନ ନିଶ୍ୱାସରେ ଯାଇ ମହା ମହା ଅନିଷ୍ଟ କରେ । ଘର ପରିଷ୍କାର ଥିଲେ ଏହା ହୁଏ ନାହିଁ । ଅପରିଷ୍କାର ଘରେ ମଶା, ସାପ ଆଦି ରହନ୍ତି । ପରିଷ୍କାର ଘରେ ଏମାନଙ୍କ ଭୟ ଥାଏନାହିଁ ।

 

ଘର ଭିତର କିପରି ସଫା ରଖିବ ---- କଚାଘର ହେଉ ବା ପକ୍କା ଘର ହେଉ ପ୍ରତିଦିନ ଅନ୍ତତଃ ଦୁଇଥର ତାହା ଖରକି ଦେଉଥିବ ଏବଂ ପ୍ରତି ୭|୮ ଦିନରେ ଥରେ ଲେଖାଏଁ ଅଳନ୍ଧୁ ବୁଢ଼ିଆଣୀ ଜାଲ ଆଦି ଝାଡ଼ି ସଫା କରି ଦେଉଥିବ । ଘର ଭିତରେ ବେଶୀ ଜିନିଷ ରଖିବ ନାହିଁ । ଝରକା କବାଟ ସର୍ବଦା ମେଲା ରଖୁଥିବ । ପ୍ରତିଦିନ ସନ୍ଧ୍ୟାବେଳେ ଘର ଭିତରେ ଝୁଣା କିମ୍ବା ଗୋଗୁଳ ଧୂପ ଦେଉଥିବ । ଅଗଣା ଏବଂ ଘର ଚାରିପଟ ସର୍ବଦା ପରିଷ୍କାର ରଖୁଥିବ । କଚାଘରର କାନ୍ଥ ବାଡ଼ ପ୍ରତି ମାସରେ ଥରେ ଚଟାଣରୁ ୬ଇଞ୍ଚ ମାଟି ଉଠାଇ ନୂଆ ମାଟିରେ ତାହା ପୂରାଇ ଦେବ । ପକ୍କାଘର ହେଲେ ବର୍ଷକେ ଅନ୍ତତଃ ଥରେ ଧଉଳାଇ ଦେବା ଦରକାର । ନଳାମୁଁହ ପ୍ରତିଦିନ ସଫା କରି ଦେଉଥିବ । ତାହା ଯେତେ ସଫା ଓ ଶୁଖିଲା ରହେ ତେତେ ଭଲ ।

 

ଘର ଭିତରେ ବାୟୁ ନ ଖେଳିଲେ କିମ୍ବା ଆଲୁଅ ନ ପଶିଲେ କି କି ଅନିଷ୍ଟ ହୁଏ -- ଶୋଇବା ଘରେ ବଡ଼ ବଡ଼ ଝରକା ଥିଲେ କିମ୍ବା ତାହା ବନ୍ଦ କରି ରଖିଲେ ନିଶ୍ୱାସ ପ୍ରଶ୍ୱାସଦ୍ୱାରା ସେ ଘର ଭିତରେ ଥିବା ପବନରୁ ଅମ୍ଳଜାନ ସରି ଆସେ ଅଥଚ ନିଶ୍ୱାସ ପ୍ରଶ୍ୱାସରେ ଆମେ ଯେଉଁ ପବନ ଛାଡ଼େ ତହିଁରେ ଥିବା ଦୂଷିତ ଜିନିଷରେ ଘର ପୂରିଯାଏ । ଏପରି ଘରେ ରହିଲେ ଦେହ ଉପଯୁକ୍ତ ଅମ୍ଳଜାନ ନ ପାଇ ଅଳ୍ପକେ ଖରାପ ହୋଇଯାଏ । ଘର ଭିତରେ ପବନ ଚଳାଚଳ ନ ହୋଇ ପାରିବାରୁ ତହିଁରେ ରହିଲେ ଦେହ କାଉଳି ଲାଗେ ଓ ମୁଣ୍ଡ ବ୍ୟଥା ଆଦି ରୋଗ ହୁଏ । ଘର ବନ୍ଦ ରହିଲେ ତହିଁରେ ଆଲୁଅ ପଡ଼ି ପାରେ ନାହିଁ ତେଣୁ ତାହା ଦୁର୍ଗନ୍ଧମୟ ହୁଏ, ତହିଁରେ ରୋଗ -ବୀଜାଣୁ ହୁଅନ୍ତି ଏବଂ ତାହାର ପବନ ଦୂଷିତ ରହିଥାଏ । ଏପରି ଘରେ ରହିଲେ ଯକ୍ଷ୍ମା ଆଦି ରୋଗ ସହଜରେ ଧରେ । ଏହାଛଡ଼ା ବନ୍ଦଘର ପ୍ରାୟ ସନ୍ତସନ୍ତିଆ ରହେ, ତହିଁରୁ ଗନ୍ଧ ବାହାରେ ଏବଂ ତହିଁରେ ରୋଗ -ବୀଜାଣୁ ବଢ଼ନ୍ତି । ଏପରି ଘରେ ରହିଲେ ମୁଣ୍ଡ ବଥା, ସର୍ଦ୍ଦି, ଯକ୍ଷ୍ମା ଆଦି ରୋଗ ହୁଏ, ଦେହ ଦୁର୍ବଳ ହୋଇଯାଏ ମନ ଭଲ ରହେନାହିଁ ଏବଂ ଅନ୍ୟାନ୍ୟ ରୋଗ ସହଜରେ ମାଡ଼ିବସେ ।

 

ଘରେ ଛେପ ଖଙ୍କାର ପକାଇଲେ କି କି ଅନିଷ୍ଟ ହୁଏ - ଅନେକେ ଘର ଭିତରେ ଛେପ ଖଙ୍କାର ପକାନ୍ତି । ଛେପ ଖଙ୍କାରକୁ ରୋଗବୀଜାଣୁ ବାଇ । ତେଣୁ ତହିଁରେ ନାନାପ୍ରକାର ରୋଗବୀଜାଣୁ ବଢ଼ନ୍ତି । ଏମାନଙ୍କଦ୍ୱାରା ଘର ତ ଦୂଷିତ ହୁଏ ତାହାଛଡ଼ା ଛେପ ଖଙ୍କାର ଶୁଖି, ଧୂଳିହୋଇ ଘରଯାକ ଉଡ଼େ ଓ ତାହା ନିଶ୍ୱାସ ବାଟେ ଦେଇ ଭିତରକୁ ଯାଇ ନାନାଦି ରୋଗ ଭିଆଏ । କାହାଠାରେ କେଉଁ ରୋଗ ଅଛି କିଛି ଠିକଣା ନାହିଁ, ଘରେ ଛେପ ଖଙ୍କାର ପକାଇଲେ ତାହା ସଙ୍ଗେ ଦେହରେ ଥିବା ରୋଗବୀଜାଣୁ ବାହାରି ଘରକୁ ଦୂଷିତ କରି ଦିଅନ୍ତି । ଏହି ଖରାପ ଅଭ୍ୟାସ ଦୋଷରୁ ଯକ୍ଷ୍ମା ପରି ମାରାତ୍ମକ ରୋଗ ସହଜରେ ମାଡ଼ିଥାଏ ।

 

ଛେପ ଖଙ୍କାର ହେଲା ମାଛିଙ୍କର ଖାଦ୍ୟ, ତେଣୁ ଛେପ ଖଙ୍କାର ପଡ଼ିଲେ ମାଛି ମଧ୍ୟ ବଢ଼ନ୍ତି, ଆଉ ଏମାନେ ହେଲେ ରୋଗର ଗୋଡ଼ । ଏ ହେତୁରୁ ଘରେ ଛେପ ଖଙ୍କାର ପକାଇଲେ ବାହାରର ନାନାପ୍ରକାର ରୋଗ ଘରଭିତରକୁ ଆସିଥାଏ ।

 

ଏ ସବୁଛଡ଼ା ଏହାଦ୍ୱାରା ଘରଭିତର ଗନ୍ଧାଏ, ଅସୁନ୍ଦର ଦିଶେ ଏବଂ ଲୋକେ ଘରେ ପଶିବାକୁ ଘୃଣାକରନ୍ତି ।

 

ଏହି ସବୁ କାରଣରୁ ଘରେ ଛେପ ଖଙ୍କାର ପକାଇବା ମୋଟେ ଉଚିତ ନୁହେ ।

 

ଲୁଗାପଟା

ଲୁଗାପଟା ପିନ୍ଧିଲେ କଣ ହୁଏ -- ଲୁଗାପଟା ପିନ୍ଧିଲେ ବାହାରର ଥଣ୍ଡା ଓ ଗରମ ଦେହରେ ଲାଗିପାରେ ନାହିଁ, ତେଣୁ ଦେହ ଭଲ ରହେ । ପବନରେ ଅନେକ ପ୍ରକାର ଧୂଳି ମଳି ଓ ରୋଗବୀଜାଣୁ ଭାସୁ ଥାନ୍ତି । ଲୁଗାପଟା ପିନ୍ଧିଥିଲେ ଏମାନେ ହଠାତ ଦେହରେ ନ ଲାଗି ଲୁଗା ପଟ।ରେ ଲାଗି ରହିଯାନ୍ତି । ଲୁଗାପଟାଦ୍ୱାରା ବାହାରର ଆଘାତ ପ୍ରତିଘାତରୁ ଅନେକ ପରିମାଣରେ ରକ୍ଷା ମିଳେ । ଏ ସବୁ ଛଡା ଏହା ସୌନ୍ଦର୍ଯ୍ୟ ବଢ଼।ଏ ଓ ଲଜ୍ଜ। ନିବାରଣ କରେ ।

 

କିପରି ଲୁଗାପଟା ପିନ୍ଧିବା ଉଚିତ --- ସର୍ବଦା ପରିଷ୍କାର ପରିଚ୍ଛନ୍ନ ଲୁଗାପଟା ବ୍ୟବହାର କରିବ । ଦେହକୁ କଷି ହେଉଥିବା ଭଳି ଜାମା ପିନ୍ଧିବ ନାହିଁ; ଜାମା ଯେତେ ଢିଲା ହୁଏ ତେତେ ଭଲ ।

 

କାହିଁକି ଲୁଗାପଟା ସଫା ରଖିବ --- ଆମ୍ଭେମାନେ ସର୍ବଦା ଲୁଗାପଟା ପିନ୍ଧୁ । ଏହା ଆମ ଦେହରେ ଲାଗି ରହିଥାଏ । ଦେହରୁ ସର୍ବଦା ଝାଳ ବାହାରେ ଆଉ ଏହା ହେଲା ଦେହ ଭିତର ମଇଳା, ତେଣୁ ଏହି ମଇଳା ଲୁଗା ପଟ।ରେ ଲାଗିଯାଏ । ଏହା ଛଡ଼ା ଲୁଗାପଟାର ବାହାର ପାଖେ ପବନରେ ଥିବା ଧୂଳିମଳି ଓ ରୋଗବୀଜାଣୁ ଲାଗିଥାନ୍ତି । ଏହି ସବୁ କାରଣରୁ ଲୁଗାପଟା ଅଳ୍ପକେ ଅପରିଷ୍କାର ହୋଇଯାଏ । ଏହି ଅପରିଷ୍କାର ଲୁଗାପଟା ପିନ୍ଧିଲେ ଦେହର ଓ ବାହାରର ମଳି ଧୂଳି ଦେହରେ ଲାଗେ, ତେଣୁ ଦେହ ସଫାରହି ପ।ରେ ନାହିଁ । ଏହାଛଡା ମଳିରେ ରୋଗବୀଜାଣୁ ବଢ଼ନ୍ତି, ତେଣୁ ଅପରିଷ୍କାର ଲୁଗା ପିନ୍ଧିଲେ କାଛୁ, କୁଣ୍ଡିଆ, ଯାଦୁ ଆଦି ନାନା ପ୍ରକାର ରୋଗ ସହଜରେ ଧରିଥାଏ । ମଇଳା ଅପରିଷ୍କାର ଲୁଗାପଟା ଓ ବିଛଣାରେ ମଧ୍ୟ ଛାରପୋକ ରହିଥାନ୍ତି ଓ ତାହା ଗନ୍ଧାଏ । ଏହି ସବୁ କାରଣରୁ ପିନ୍ଧିବା ଲୁଗା, ଜାମା ଓ ବିଛଣା ଚାଦର ଆଦି ସର୍ବଦା ସଫା ସୁତୁରା ରଖିବା ଦରକାର ।

 

କଣ କଲେ ଲୁଗାପଟା ସଫା ରହେ --- ଲୁଗା, ଜାମା ଓ ବିଛଣା ଚାଦର ଆଦି ପ୍ରତିଦିନ ଧୋଇ ଖରାରେ ଶୁଖାଇ ଦେଉଥିଲେ ତହିଁରେ କିଛି ଦୋଷ ରହେ ନାହିଁ । ଧୋଇ ଦେଲେ ମଳି ଚାଲିଯାଏ ଏବଂ ଖରାରେ ଶୁଖାଇ ଦେଲେ ରୋଗବୀଜାଣୁ ମାନେ ମରିଯାନ୍ତି । ଏହା ଛଡ଼ା ୩|୪ ଦିନରେ ଥରେ ଲେଖାଏଁ ଲୁଗାପଟା ଓ ବିଛଣା -ଚାଦର ଆଦି ଧୋବା ଘରେ ପକାଇ ଦେଉଥିବା ଉଚିତ ।

 

ସବୁକଥାରେ କାହିଁକି ନିୟମିତ ହେବ

ଆମ୍ଭେମାନେ ପ୍ରତିଦିନ ଯାହା କରେ ତାହା ନିୟମିତ ଭାବରେ କରିବାର ଅଭ୍ୟାସ ପକାଇଲେ ଯେତେବେଳେ ଯାହା କରିବାର କଥା ତାହା ଆପେ ଆପେ ତ ହୋଇଯାଏ, ଦେହ ମଧ୍ୟ ତହିଁକି ଟାକି ରହିଥାଏ । ଆଉ ସେହି ଅନୁସାରେ ଦେହ ଭିତରର ସମସ୍ତ ଯନ୍ତ୍ର ଗଢ଼ି ହୋଇଯାନ୍ତି ଓ ସେମାନେ ବେଳ ଜାଣି ଆଗରୁ ସବୁ କଥାକୁ ପ୍ରସ୍ତୁତ ଥାନ୍ତି । ଏହି କାରଣରୁ ଦେହ ଖରାପ ହୁଏନାହିଁ-। ସବୁ କଥାରେ ବେନିୟମ ଘଟିଲେ ଦେହର ଯନ୍ତ୍ରମାନଙ୍କ କାମରେ ବାଧା ପଡେ, ତେଣୁ ଦେହ ଭଲ ରହିପାରେ ନାହିଁ । ଏ ହେତୁରୁ ନିଦରୁ ଉଠିବା ଦାନ୍ତ ଘଷିବା,ବ୍ୟାୟାମ କରିବା, ଖାଇବା, ପିଇବା, ପଢ଼ିବା, ଗାଧୋଇବା, ଖେଳିବା, ଶୋଇବା ଆଦି ସବୁ କଥାରେ ନିୟମିତ ହେବ। ଉଚିତ ।

 

ଦେହର ଯତ୍ନ

ଦେହକୁ ଭଲ ରଖିବାକୁ ହେଲେ ତାର ଯତ୍ନ ନେବା ଦରକାର । ଯତ୍ନରେ ତ୍ରୁଟି ହେଲେ ଦେହ କଦାପି ଭଲ ରହିପାରେ ନାହିଁ । ଦେହର ଯତ୍ନ ନେବା ପାଇଁ କ'ଣ କ'ଣ କରିବାକୁ ହେବ ସେହି କଥା ମୋଟ ଉପରେ ତଳେ କୁହାଗଲା । ପ୍ରତିଦିନ ଏହି କଥାଗୁଡ଼ିକ ମାନି ଚଳିଲେ ଦେହ ସର୍ବଦା ଭଲ ରହିବ ଏଥିରେ ସନ୍ଦେହ ନାହିଁ ।

 

୧ ।

ପ୍ରତିଦିନ ବଡ଼ିସକାଳୁ ଉଠିବ ।

୨ ।

ବିଛଣାରୁ ଉଠି ଭଗବାନଙ୍କ ନାମ ନେବ ।

୩ ।

ଭଲକରି ଦାନ୍ତ ଘଷିବ ଓ ତା ପରେ କିଛି ଥଣ୍ଡା ପାଣି ପିଇବ ।

୪ ।

ସକାଳୁ ଓ ସନ୍ଧ୍ୟାବେଳେ ଅଭ୍ୟାସ କରି ଝାଡ଼ା ଫେରିଯିବ ।

୫ ।

ପ୍ରତିଦିନ ନିୟମିତ ରୂପେ ବ୍ୟାୟାମ କରିବ ।

୬ ।

ପ୍ରତିଦିନ ଉତ୍ତମରୂପେ ଘଷିହୋଇ ଗାଧୋଇବ ।

୭ ।

ବାହାରୁ ଫେରିଲାକ୍ଷଣି ଗୋଡ଼ ହାତ ଧୋଇ ସଫା କରିଦେବ ।

୮ ।

ଗାଧୋଇସାରି ମୁଣ୍ଡ କୁଣ୍ଡାଇବ ।

୯ ।

ଗୋଡ଼ ହାତ ଧୋଇ ସଫା ବାସନରେ ସଫା ଜାଗାରେ ବସି ଖାଇବ ।

୧୦ ।

ଭଲକରି ଚୋବାଇ ଖାଇବ । ବେଶିଗୁଡ଼ାଏ ଖାଇବ ନାହିଁ ।

୧୧ ।

ଖାଇସାରିବାର ଘଣ୍ଟାକ ପରେ ପାଣି ପିଇବ ।

୧୨ ।

ଖାଇସାରି ଟିକିଏ ବିଶ୍ରାମ ନେବ ।

୧୩ ।

ପରିଶ୍ରମ କରି ସଙ୍ଗେ ସଙ୍ଗେ ଖାଇବ ନାହିଁ ।

୧୪ ।

ବଜାରୀ କିମ୍ବା ବାସି ଜିନିଷ ଖାଇବ ନାହିଁ । ଘର ତିଆରି ସଜ ଜିନିଷ ଖାଇବ । ଖାଇବା ଜିନିଷ ସର୍ବଦା ଘୋଡ଼ାଇ ରଖୁଥିବ । କାହାରି ସଙ୍ଗେ ଖାଇବ ନାହିଁ କିମ୍ବା କାହାରି ଅଇଁଠା ଖାଇବ ନାହିଁ ।

୧୫ ।

ସବୁଦିନ ନିୟମିତ ସମୟରେ ଖାଇବ ।

୧୬ ।

ଏକାଦଶୀ ଦିନ କିଛି ନ ଖାଇବା ଭଲ ।

୧୭ ।

ପାଣି ଛାଣି, ଫୁଟାଇ, ଥଣ୍ଡ।କରି ପିଇବ । ପିଇବା ପାଣି ଢାଙ୍କି ରଖୁଥିବ ।

୧୮ ।

ଦିନରେ ଶୋଇବ ନାହିଁ କିମ୍ବା ରାତିରେ ଅନିଦ୍ରା ହେବ ନାହିଁ ।

୧୯ ।

ସବୁଦିନ ଠିକ ନିୟମିତ ସମୟରେ ଶୋଇବ । ଯେତେ ଶୀଘ୍ର ଶୋଇବ ତେତେ ଭଲ ।

୨୦ ।

ଶୋଇବା ଘରର ଝରକା ଖୋଲି ରଖିବ । ମୁହଁ ଘୋଡ଼ାଇ ଶୋଇବ ନାହିଁ । ପ୍ରତିଦିନ ମଶାରୀ ଟାଙ୍ଗି ଶୋଇବ ।

୨୧ ।

ପରିଷ୍କାର ଲୁଗା ପିନ୍ଧିବ । ପିନ୍ଧା ଲୁଗା ଓ ବିଛଣା ପ୍ରତିଦିନ ଧୋଇ ଖରାରେ ଦେଉଥିବ । ଟିକିଏ ମଇଳା ହୋଇଗଲେ ଧୋବା ଘରେ ପକାଇ ଦେବ । କାହାରି ପାଲଟା ପିନ୍ଧିବ ନାହିଁ କି କାହାରି ବିଛଣାରେ ଶୋଇବ ନାହିଁ ।

୨୨ ।

ଘର, ଅଗଣା, ନଳା ଓ ଘରର ଚାରିପଟ ସର୍ବଦା ସଫା ସୁତୁରା ରଖିବ ।

୨୩ ।

କାନରେ କାଠି ପୁରାଇ କାନ କୁଣ୍ଡାଇବ ନାହିଁ । ଏଥିରେ ଗିରି ଫାଟିଯାଇ କାଲ ହୋଇଯିବାର ଭୟ ଥାଏ ।

୨୪ ।

ଦାନ୍ତ ଖୁଣ୍ଟିବ ନାହିଁ --- ଏଥିରେ ଦାନ୍ତ ସନ୍ଧି ଛାଡ଼ିଯାଏ ।

୨୫ ।

ଆଙ୍ଗୁଠି ଫୁଟାଇବ ନାହିଁ --- ଏଥିରେ ଗଣ୍ଠି ଦୁର୍ବଳ ହୋଇଯାଏ ।

୨୬ ।

ଲୁଗାପଟାରେ ନାନାପ୍ରକାର ମଇଳା ଓ ରୋଗବୀଜାଣୁ ଥାନ୍ତି, ତେଣୁ ଲୁଗାକାନି କାମୁଡ଼ିବ ନାହିଁ । ଆଙ୍ଗୁଠି ଚୁଚୁମିବା ବି ଭାରି ଖରାପ ।

୨୭ ।

ପଇସ। ଅଧଲା ପାଟିରେ ପୁରାଇବ ନାହିଁ କିମ୍ବା ତହିଁରେ କୁଣ୍ଡାଇ ହେବ ନାହିଁ -- ଏପରି କଲେ ରୋଗ ଡିଏଁ ।

୨୮ ।

କୁକୁର ବିଲେଇଙ୍କ ମୁହଁରେ ମୁହଁ ଲଗାଇବ ନାହିଁ । ଏପରି କଲେ ସେମାନଙ୍କ ଠାରୁ ରୋଗ ଡିଏଁ ।

୨୯ ।

ମିଞ୍ଜି ମିଞ୍ଜି ଡିବି ଆଲୁଅରେ କିମ୍ବା ଅନ୍ଧାରୁଆ ଘରେ ପଢ଼ିବ ନାହିଁ । ଏଥିରେ ଆଖି ଖରାପ ହୋଇଯାଏ ।

୩୦ ।

ନଳାବାଟେ ନିଶ୍ୱାସ ନେବ, ପାଟିବାଟେ ନେବ ନାହିଁ ।

୩୧ ।

ଝାଡ଼ା କିମ୍ବା ପରିଶ୍ରା ଯାକି ରଖିବ ନାହିଁ । ଏହା କଲେ ଦେହ ଖରାପ ହୁଏ । ତଲବ ଦେଲାମାତ୍ରେ ଝାଡ଼।ଫେରି ଯିବ କିମ୍ବା ପରିସ୍ରା କରିବ ।

୩୨ ।

ଖରାଦିନେ ଖାଲି ମୁଣ୍ଡରେ ବୁଲିବ ନାହିଁ ।

୩୩ ।

ଯେଚ୍ଛା ସେ ଜାଗାରେ ମାଟି ଉପରେ ବସି ଯିବନାହିଁ ।

୩୪ ।

ଗଳା ଖଙ୍କାର ଖଙ୍କାର ଗିଳି ଦେବନାହିଁ ।

୩୫ ।

ଝାଡ଼।ଫେରିଲାବେଳେ ବେଶୀ କୁନ୍ଥାଇବ ନାହିଁ ।

୩୬ ।

ଘରେ ଛେପ ଖଙ୍କାର ସିଙ୍ଘାଣି ଆଦି ପକାଇବ ନାହିଁ ।

୩୭ ।

କୌଣସି ପ୍ରକାର ନିଶା ଖାଇବ ନାହିଁ । ଏହା ଦେହକୁ ଏକାବେଳେ ଖରାପ କରିଦିଏ ।

୩୮ ।

ଛେପ ପକାଇ ସ୍ଲଟରୁ ଦାଗ ଲିଭାଇବ ନାହିଁ । ପେନସିଲ କାମୁଡ଼ିବ ନାହିଁ । ଛେପ ମାରି ପୃଷ୍ଠା ଓଲଟାଇବ ନାହିଁ । ଏ ସବୁ ବଡ଼ ଖରାପ ଅଭ୍ୟାସ ।

୩୯ ।

ହାଇ ମାରିବା ବେଳେ କିମ୍ବା କ।ଶିବା ବେଳେ ମୁହଁ ଆଗରେ ହାତ ରଖିବ ।

୪0 ।

ଗାଧୋଇବାବେଳେ ପୋଖରି ହୁଡ଼ାରେ କିମ୍ବା ପାଣିରେ ମୁତିବ ନାହିଁ ।

୪୧ ।

ଏଣେତେଣେ ଅଳିଆ ପକାଇବ ନାହିଁ ।

୪୨ ।

ନଈବନ୍ଧ କିମ୍ବା ପୋଖରୀ ହୁଡ଼ାରେ ଝାଡ଼ା ଫେରିବ ନାହିଁ ।

୪୩ ।

ଗାଁ ଦାଣ୍ଡରେ, ଘର ଭିତରେ କିମ୍ବା ଅଗଣାରେ ପରିସ୍ରା କରିବ ନାହିଁ ।

୪୪ ।

ଡିଆଁ ରୋଗରେ ପଡ଼ିଥିବା ଲୋକ ପାଖକୁ ଯେତେ କମ ଯାଅ ତେତେ ଭଲ । ଗଲେ ଫେରିଲାକ୍ଷଣି ଭଲ କରି ଧୋଇଧାଇ ହୋଇ ପଡ଼ିବ ।

୪୫ ।

ପ୍ରତି ୫ ବର୍ଷରେ ଥରେ ଲେଖାଏଁ ଟୀକା ନେବ ।

୪୬ ।

ସର୍ବଦା ସତ କହିବ, ପରର ଅନିଷ୍ଟ ଚିନ୍ତା କରିବନାହିଁ, ରାଗ, କ୍ରୋଧ, ଭୟ ଆଦି ସଙ୍ଗେ ସଙ୍ଗେ ମନରୁ ଦୂର କରିଦେବ । ଖରାପ କଥା ଭାବିବ ନାହିଁ । ସର୍ବଦା ନମ୍ର ଓ ଶାନ୍ତ ସ୍ୱଭାବ ହେବ । କାହାରି ମନରେ କଷ୍ଟ ଦେବ ନାହିଁ । ପରଦୋଷ ବାଛିବ ନାହିଁ । ସଦାବେଳେ ସମସ୍ତଙ୍କର ମଙ୍ଗଳ ଚିନ୍ତା କରିବ । ସମସ୍ତଙ୍କୁ ଆପଣାର ମନେ କରିବ ।

୪୭ ।

ପିଲାଦିନେ ହାଡ଼ସବୁ ବଡ଼ ନରମ ଥାଏ । ସେ ସମୟରେ ହାଡ଼କୁ ଯେପରି ଆକାର କରି ଦିଆଯାଏ, ତାହା ସେପରି ହୋଇଥାଏ । ହାଡ଼ ପାକଳ ହେବାକୁ ୨୪ |୨୫ ବର୍ଷ ଲାଗେ-। ଏ ଦେହରୁ ପିଲାଦିନେ ପାଠ ପଢ଼ିଲାବେଳେ କିମ୍ବା ଅନ୍ୟ ସମୟରେ କୁଜ। ହୋଇ ବସିଲେ ହାଡ଼ ବଙ୍କା ହୋଇଯାଏ । ମୋଡ଼ି ହୋଇ ବସିବା, ମୋଡ଼ି ହୋଇ ଠିଆ ହେବା, ବଙ୍କା ହୋଇ ବସି ଲେଖିବା ଆଦି ସବୁ ଖରାପ । ଏ ହେତୁରୁ ସର୍ବଦା ସିଧା ହୋଇ ବସିବ-

୪୮ ।

ବହି ଆଖିକୁ ଲଗାଇ ନ ରଖି ଅନ୍ତତଃ ଫୁଟେ ଦୂରରେ ରଖି ପଢ଼ିବ । ବହି ଧରିବା ଦୋଷରୁ ଅନେକଙ୍କର ଆଖି ଖରାପ ହୋଇଯାଏ ।

 

ଦେହ ଥିଲେ ଭଲମନ୍ଦ ଅଛି । ଏ ହେତୁରୁ ତଳେ କେତୋଟି ସାଧାରଣ ଆକସ୍ମିକ ଦୁର୍ଘଟଣା ଏବଂ ରୋଗ ବିଷୟରେ ଦୁଇ ଚାରି କଥା କୁହାଗଲା ।

 

କେତୋଟି ଆକସ୍ମିକ ଦୁର୍ଘଟଣା

ପୋଡ଼ିଯିବା --- ଲୁଗା ପଟ।ରେ ନିଆଁ ଲାଗିଲେ ଦଉଡ଼ା ଦଉଡ଼ି ନ କରି ଭୁଇଁରେ ଦୁଇ ଚାରିଥର ଗଡ଼ିଯିବ କିମ୍ବା ଖଣ୍ଡେ କମ୍ବଳ କିମ୍ବା ଦଉଡ଼ି ଜୋରରେ ଗୁଡା଼ଇ ହୋଇ ଭୁଇଁରେ ଗଡ଼ିବ । ଦଉଡ଼ା ଦଉଡ଼ି କଲେ ପବନ ବାଜି ନିଆଁ ତାଇ ଉଠିବ ।

 

ପୋଡ଼ା ଘା ଉପରେ ପାଣି ଢାଳିବା ଭାରି ଖରାପ । ଏ ହେତୁରୁ ନିଆଁ ଲିଭାଇବା ପାଇଁ କିମ୍ବା ଦେହ ପୋଡ଼ୁଛି ବୋଲି ପାଣି ଢାଳିବ ନାହି ।

 

ଗରମ ପାଣି, ପେଜ, ଗରମ ତେଲ ଆଦି ଲାଗି ସିଝିଗଲେ ସଙ୍ଗେ ସଙ୍ଗେ ସିଝା ଜାଗା ଉପରୁ ଲୁଗାପଟା କତୁରିରେ କାଟି ବାହାର କରି ଦେବ । ଫୋଟକା ନ ହୋଇଥିଲେ କିମ୍ବା ଚମ ଉଲୁରି ନ ଯାଇଥିଲେ ସଙ୍ଗେ ସଙ୍ଗେ ସେଠାରେ କଲି ଚୂନ ବୋଳିଦେବ । ଚୂନ ଶୁଖିଆସିଲେ ଥରକୁ ଥର ତା ଉପରେ ଚୂନ ବୋଳି ଦେଉଥିବ । ଏପରି କଲେ ଫୋଟକା ହେବ ନାହିଁ । ଫୋଟକା ହୋଇଥିଲେ କିମ୍ବା ଚମ ଉଠି ଯାଇଥିଲେ ସେଠାରେ ନଡ଼ିଆ ତେଲ, କର୍ପୁର ଓ ପରିଷ୍କାର ଚୂନ ପାଣି ଏକାଠି ଫେଣ୍ଟି ବୋଳିଦେବ ଓ ଖଣ୍ଡେ ସଫା କନା ତହିଁରେ ବୁଡ଼ାଇ ସେଠା ଘୋଡ଼ାଇ ଦେବ ।

 

ନିଆଁ କିମ୍ବା ତତଲା ଜିନିଷ ପଡ଼ି ପୋଡ଼ିଗଲେ ମଧ୍ୟ ଏହିପରି କରିବ । ବେଶୀ ପୋଡ଼ି ଯାଇଥିଲେ ଚିକିତ୍ସକଙ୍କୁ ଡ଼କାଇବ ।

 

କଟିଯିବା -- ଅଳ୍ପ କଟିଗଲେ କଟା ଜାଗାରେ ଟିକିଏ ଟିଙ୍କଚର ଆଇଓଡିନ ବୋଳି ସଫା ସରୁ କନାରେ ବାନ୍ଧିଦେବ ।

 

ବଢେ କଟି ଯାଇଥିଲେ ଖଣ୍ଡେ ସଫା ସରୁକନା ଫୁଟନ୍ତା ପାଣିରେ ବୁଡ଼ାଇ, ଚୁପୁଡ଼ି ଗରମ ଥାଉ ଥାଉ କଟା ଘା ଉପରେ ମାଡ଼ି ଧରିବ । ଏହାପରେ ସେଠାରେ ଟିକିଏ ଟିଙ୍କଚର ଆଇଓଡିନ ବୋଳି ସଫା ତୁଳା ପକାଇ ସଫା କନାରେ ବାନ୍ଧିଦେବ ।

 

କଟିଯାଇ ପିଚପିଚ ରକ୍ତ ବାହାରୁଥିଲେ ରୋଗୀକୁ ଶୁଆଇ ଦେବ । ଆଙ୍ଗୁଠି, ହାତ କିମ୍ବା ଗୋଡ଼ ହୋଇଥିଲେ କଟା ଯାଗା ଉରକୁ ଚିପି ଧରି ସେଠାରେ ରୁମାଲ, ଦଉଡ଼ି କିମ୍ବା ଖଣ୍ଡେ କନା ଜୋରରେ ବାନ୍ଧି ଦେବ ଓ ସଙ୍ଗେ ସଙ୍ଗେ ଚିକିତ୍ସକଙ୍କୁ ଡ଼କାଇବ ।

 

ମକଚି ହୋଇଯିବା -- କୋଣସି ଜାଗା ମକଚି ହୋଇଗଲେ ତହିଁ ଉପରେ ଓଦା କନା ବାନ୍ଧି ଦେଇ ତାହା ସର୍ବଦା ଓଦା କରି ରଖୁଥିବ । ବଢେ ମକଚି ହୋଇଗଲେ ଚିକିତ୍ସକଙ୍କୁ ଡକାଇବ ।

 

ଛେଚି ହୋଇଯିବା – କୌଣସି ଯାଗା ଛେଚି ହୋଇ ରକ୍ତ ବାହାରୁଥିଲେ ରକ୍ତ ବୁହାର ଚିକିତ୍ସା କରିବ, ନଚେତ୍‌ ଚୂନ ହଳଦି ଏକାଠି ମିଶାଇ ଗରମ କରି ଉଷୁମ ଲେପ ଦେବ ।

 

ଜଳମଗ୍ନ -- କେହି ବୁଡ଼ିଗଲେ ଯେତେଶୀଘ୍ର ପାର ତାକୁ ପାଣିରୁ ଉଠାଇ ଶୁଖିଲା ଜାଗାରେ ମୁହଁ ମାଡ଼ି ଶୁଆଇ ଦେବ ଓ ତାକୁ ପଛା ପୋଛି କରିଦେବ । ତା ପେଟ ଧରି ଉପରକୁ ଉଠାଇବ ଯେପରିକି ମୁହଁ ଓ ଗୋଡ଼ ଭୁଇଁରେ ଲାଗି ରହିବ କିନ୍ତୁ ପେଟ ଉପରକୁ ଉଠିଯିବ । ତା ଜିଭ ଟାଣି ଧରିବାକୁ ଆଉ ଜଣଙ୍କୁ କହିବି, ଏହା କଲେ ପେଟଭିତରୁ କାଦୁଅ, ପାଣି ସବୁ ବାହାରିଯିବ । ପାଟି, ନାକ, କାନରେ କାଦୁଅ ପଶିଥିଲେ ବାହାର କରିଦେବ । ନିଶ୍ୱାସବନ୍ଦ ହୋଇ ଯାଇଥିଲେ କୃତ୍ରିମ ଉପାୟରେ ଶ୍ୱାସକ୍ରିୟା କରିବ । ରୋଗୀର ହୋସ ଆସିଲେ ତାକୁ ଗରମ ଦୁଧ, ଚାହା, କଫି ଆଦି ଗରମ ଗରମ ଖାଇବାକୁ ଦେବ, କମ୍ବଳ ଘୋଡ଼ାଇ ଶୁଆଇ ଦେବ ଓ ସେକିବ । ଏତେକ କରୁ କରୁ ଚିକିତ୍ସକଙ୍କୁ ଡକାଇ ଥିବ; ସେ ଅବସ୍ଥା ଦେଖି ବ୍ୟବସ୍ଥା କରିବେ ।

 

କୃତ୍ରିମ ଶ୍ୱାସକ୍ରିୟା କରିବାକୁ ହେଲେ ଶରୀରକୁ ଗୋଟିଏ ସମତଳ ଜାଗାରେ ମୁହଁମାଡ଼ି ଶୁଆଇ ତା ପେଟତଳେ ଗୋଟାଏ କିଛି ଦେଇ ଛାତିକୁ ଟିକିଏ ଫୁଲାଇ ଦେବ । ରୋଗୀ ମୁହଁ ଖୋଲି ଦୁଇ ପାଟି ସନ୍ଧିରେ ଲୁଗା ବିଣ୍ଡାଏ ଦେଇ ଆଁ କରାଇ ଦେବ ଏବଂ ହାତ ଦୁହିଁଙ୍କୁ ଲୋଚାକରି କପାଳ ତଳକୁ ରଖିବ । ଏହାପରେ ଦୁଇ ହାତରେ ରୋଗୀର ଦୁଇକଡ଼ର ପଞ୍ଜରା ମିନିଟକରେ ୧୫, ୧୬ ଥର କରି ଚାପିବ । ଏହିପରି କିଛି ସମୟ କଲେ ଭିତରେ ପଶିଥିବା ପାଣି କାଦୁଅ ଆଗେ ବାହାରି ଆସି ପରେ ପବନ ଯିବା ଆସିବା କରିବ ।

 

ସାପ କାମୁଡ଼ା ---- ସାପ ମାରିଲାକ୍ଷଣି ମାରିଥିବା ଜାଗାର ଉପରକୁ ତଳ ଉପର କରି ଦୁଇ ଜାଗା ଖୁବ ଜୋରରେ ଦଉଡ଼ି କିମ୍ବା କନା ଧଡ଼ିରେ ବାନ୍ଧିଦେବ । ଖଣ୍ଡେ ଦାଢ଼ୁଆ ଛୁରୀ ଦ୍ୱାରା କ୍ଷତ ଜାଗା ଗହିଡା କରି ଇଞ୍ଚେ ଲମ୍ବରେ ଚିରି ଉପରୁ ତଳକୁ ଦୁହିଁ ଯେତେ ରକ୍ତ ପାଚ ବାହାର କରିଦେବ । ଏହାପରେ ପରମାଙ୍ଗ।ନେଟ ଅଫ ପଟାସ ଗୁଣ୍ଡରେ ସେ ଚିରାଜ।ଗା ଭର୍ତ୍ତି କରିଦେବ । ଏ ଔଷଧ ନମିଳିଲେ ଲୁହା ଖଣ୍ଡେ ପଚାଇ ଚିର। ଜାଗା ଭିତରେ ଚିଆଁ ଦେଇ ଦେବ । ଯେତେ ଶୀଘ୍ର ପାର ରୋଗୀକୁ ଚିକିତ୍ସକଙ୍କ ଦ୍ୱାରା ଚିକିତ୍ସ। କରାଇବ ।

 

ବିଛା, କଙ୍କଡ଼ାବିଛା, ବିରୁଡ଼ି, ମହୁମାଛି ଆଦି ନାହୁଡ଼ ମାରିଲେ ଆଗକରି ଛୁଞ୍ଚିରେ ନାହୁଡ଼ଟି ବାହାର କରିଦେବ ଓ ନାହୁଡ଼ ମାରିଥିବା ଜାଗର ଚାରିପଟେ ୭/୮ ଥର ଛୁଞ୍ଚି ମାରି କିଛି ରକ୍ତ ବାହାର କରିଦେବ । ଏହାପରେ କିଛି ପରମାଙ୍ଗାନେଟ ଅଫ ପଟାସ ଗୁଣ୍ଡ ନେଇ ସେଠାରେ ଭଲ କରିମ।ଡ଼ି ଦେବ । ଖଣ୍ଡେ କନା ଲୁଣ ପାଣିରେ ବୁଡ଼ାଇ କ୍ଷତ ସ୍ଥାନରେ ରଖିଦେଲେ କିମ୍ବା ପିଆଜ କୋଲାଏ ଛେଚି କ୍ଷତ ଉପରେ ଦେଲେ ଭଲ ଫଳ ମିଳେ ।

 

କେତୋଟି ସାଧାରଣ ରୋଗ କଥା

ପାଳିଜର ବା ମ୍ୟାଲେରିଆ

କାରଣ -- ପାଳିଜର ବୀଜାଣୁ ଏରୋଗର କାରଣ । ଏମାନେ ରୋଗୀ ରକ୍ତରେ ଥାନ୍ତି ।

ରୋଗ କିପରି ଡିଏଁ ---- ପାଳିଜରବାହୀ ମଶା ରୋଗୀକୁ କାମୁଡ଼ି ରକ୍ତ ଶୋଷିଲା ବେଳେ ରକ୍ତ ସଙ୍ଗେ ରୋଗ -ବୀଜାଣୁ ମଧ୍ୟ ଶୋଷିନିଏ । ପୁଣି ମଶା ଯେତେବେଳେ ଭଲ ଲୋକକୁ କାମୁଡେ ରୋଗ -ବୀଜାଣୁ ଭଲ ଲୋକର ରକ୍ତକୁ ଯାଇ ରୋଗ ଭିଆଏ ।

 

ଲକ୍ଷଣ -- ପ୍ରତିଦିନ, ଦିନେ ଛଡ଼ା ଦିନେ କିମ୍ବା ଦୁଇ ଦିନ ଛଡ଼ା ଦିନେ ପାଳି କରି ଜର ଆସୁଥିବ, ଜର ଆସିଲା ବେଳେ ଶୀତକରି କମ୍ପ ହେଉଥିବ ଓ ଛାଡ଼ିଲା ବେଳେ ଝାଳ ବହୁଥିବ, ଏପରି ଦେଖିଲେ ପାଳିଜ୍ୱର ବୋଲି ଜାଣିବ । ଏ ଜର ପୁରୁଣା ହୋଇଗଲେ ରକ୍ତ କମିଯାଏ ଓ ପିଳେହି ବାହାରି ପଡେ ।

 

କଣ କଲେ ଏ ରୋଗ ଧରିବ ନାହିଁ --- ମଶାରୀ ଟାଙ୍ଗି ଶୋଇବ । ମଶାରୀ ନ ମିଳିଲେ ଦେହରେ ଟିକିଏ ତେଲ ଲଗାଇ ଶୋଇବ । ଏହା କଲେ ମଶା କାମୁଡ଼ିବେ ନାହିଁ । ଆଲୁଅକୁ ମଶା ଛାଡ଼ି ପଳାନ୍ତି । ତେଣୁ ଘରର କବାଟ ଝରକା ସବୁ ଖୋଲା ରଖିବ । ମଶା ଅନ୍ଧି ସନ୍ଧିରେ ରହନ୍ତି, ତେଣୁ ଶୋଇଲା ଘର ଭିତରେ ଏଣୁତେଣୁ ଜିନିଷ ରଖିବ ନାହିଁ । ମଶା ପାଣିରେ ଡିମ୍ବ ଦିଏ, ଏହେତୁରୁ ଘର ପାଖରେ ଯେପରି ପାଣି ନ ଜମେ ତାର ବ୍ୟବସ୍ଥା କରିବ । ମଶା ବୁଦା ବୁଦିର ଆଶ୍ରୟ ନିଏ, ତେଣୁ ଘର ଚାରି ପଟ ଅରଞ୍ଜ ସଫା କରି ଦେବ ।

 

ଚିକିତ୍ସା -- ପାନକୁ ପାଞ୍ଚଗ୍ରେନ କରି କୁଇନାଇନ ଦିନରେ ତିନି ପାନ ଲେଖାଏଁ ଖାଇଲେ ମ୍ୟାଲେରିଆ ଭଲ ହୁଏ । ପଥି କରି ସାରି କୁଇନାଇନ ଖାଇବ । ଜର କଲେ ପାଣି, ସରବତ ପିଇବ; ଏହା ଦେହକୁ ହିତ ।

 

ବାତଜର

କାରଣ --- ପାଳିଜର ପରି ବାତଜର ମଧ୍ୟ ଏକପ୍ରକାର ଜୀବାଣୁରୁ ହୁଏ । ଏହି ଜୀବାଣୁ ମାନେ ରୋଗୀ ରକ୍ତରେ ଥାନ୍ତି ଓ ପାଳିଜ୍ୱର ବୀଜାଣୁ ପରି ଏକ ପ୍ରକାର ମଶାଦ୍ୱାରା ଜଣକ ଠାରୁ ଆଉ ଜଣକ ଠାକୁ ଆସିଥାନ୍ତି ।

 

ଲକ୍ଷଣ -- ଏକାଦଶୀ ଠାରୁ ଅମାବାସ୍ୟା କିମ୍ବା ପୂର୍ଣ୍ଣିମା ମଧ୍ୟରେ ମୁଣ୍ଡ ବଥାଇ, ଗୋଡ଼ ହାତ ବିନ୍ଧି, ଗିଲଟି ଦରଜ ହୋଇ ଜର ହୁଏ । ଦଶ ପାଞ୍ଚଥର ଜର ହେବ ପରେ ଗୋଡ଼ ହାତକୁ ରକ୍ତ ଗାଡ଼ି ଗୋଦଡ଼ି ହେବାକୁ ଲାଗେ ।

 

କିପରି ଏ ରୋଗ ନ ହେବ -- ଏ ରୋଗରେ ସେପରି କିଛି ଚିକତ୍ସା ନାହିଁ, ତେଣୁ ରୋଗ ଯେପରି ନ ହୁଏ ତାର ବ୍ୟବସ୍ଥା କରିବ । ପାଳିଜ୍ୱର ନ ହେବ ପାଇଁ ଯାହା ଯାହା କରିବା କଥା ଏଥିରେ ଠିକ ତାହା କରିବ । ମଶା ନ କାମୁଡ଼ିଲେ ଏ ରୋଗ ହେବ ନାହିଁ ।

 

ବସନ୍ତ

କାରଣ -- ଏକପ୍ରକାର ଅତି ସୁକ୍ଷ୍ମ ବୀଜାଣୁ ଏ ରୋଗର କାରଣ । ସେମାନେ ରୋଗୀଠାରେ ଥାନ୍ତି ।

 

ରୋଗ କିପରି ଡିଏଁ --- ରୋଗୀ ସଙ୍ଗେ ବସ ଉଠ କଲେ, ରୋଗୀ ଲୁଗାପଟା ବ୍ୟବହାର କଲେ କିମ୍ବା ରୋଗୀ ଥିବା ଘରେ ରହିଲେ ଏ ରୋଗ ଡିଏଁ । ଏ ରୋଗ ମଧ୍ୟ ପବନରେ ଡେଇଁ ଥାଏ । ଲକ୍ଷଣ --- ଆଗକରି ମୁଣ୍ଡ, ହାତ, ଗୋଡ଼ ଗଣ୍ଠି ଆଦି ବିନ୍ଧି ୩ ଦିନ ଜର ହୁଏ । ତାପରେ ମୁହଁ ଓ ଦେହରେ ମଶା କାମୁଡ଼ା ଦାଗ ପରି ଦାଗ ଦେଖାଯାଏ ଓ ତାହା ଆସ୍ତେ ଆସ୍ତେ ଫୋଟକା ପାଲଟି ଯାଏ । ଫୋଟକା ଆସ୍ତେ ଆସ୍ତେ ପୂଜେଇ ଶେଷରେ ଶୁଖିବାକୁ ଲାଗେ ।

 

କିପରି ବସନ୍ତ ନ ହେବ --- ଟୀକା ନେଲେ ବସନ୍ତ ହେବ ନାହିଁ । ପ୍ରତି ୫/୬ ବର୍ଷରେ ଥରେ ଲେଖାଏଁ ଟୀକା ନେବା ଉଚିତ । ବସନ୍ତ ରୋଗୀଠାରୁ ଦୂରରେ ରହିବ ଓ ତାହା ଦେହରୁ ବକଳାତକ ନ ଛାଡ଼ିଯିବାଯାଏଁ ତାକୁ ବାହାରକୁ ଛାଡ଼ିବ ନାହିଁ । ଏହି ବକଳାରେ ବେଶୀ ରୋଗବୀଜାଣୁ ଥାନ୍ତି ଆଉ ତହିଁରୁ ରୋଗ ଡିଏଁ ।

 

ଝାଡ଼ାବାନ୍ତି ବା ହଇଜା

କାରଣ -- ବିସୂଚୀକ। ବୀଜାଣୁ ଏ ରୋଗର କାରଣ । ସେମାନେ ରୋଗୀର ମଳ ଓ ବାନ୍ତିରେ ଥାନ୍ତି ।

 

ରୋଗ କିପରି ଡିଏଁ --- ରୋଗୀର ଝାଡ଼ା ବାନ୍ତିରେ ମାଛି ବସିଲେ ମାଛି ଦେହରେ ରୋଗ-ବୀଜାଣୁ ଲାଗିଯାନ୍ତି । ମାଛି ପୁଣି ଖାଦ୍ୟରେ ବସିଲେ ଖାଦ୍ୟ ଦୂଷିତ ହୁଏ ଓ ଯେ ସେ ଖାଦ୍ୟ ଖାଏ ତାକୁ ରୋଗ ଧରେ । ରୋଗୀର ଲୁଗାପଟା ଓ ବାସନ କୁସନ ପୋଖରୀ ଗାଡ଼ିଆରେ ଧୂଆ ଧୋଇ କଲେ ସେ ପାଣି ଦୂଷିତ ହୋଇଯାଏ ଏବଂ ଯେ ସେ ପାଣି ପିଏ ତାକୁ ରୋଗ ଧରେ ।

 

ଲକ୍ଷଣ -- ଲାଗ ଲାଗ ପାଣିପରି ପତଳା ଝାଡା ଓ ବାନ୍ତିହେବ। ହେଲା ଏ ରୋଗର ପ୍ରଧାନ ଲକ୍ଷଣ । ଏଥିରେ ମୂତ ବନ୍ଦ ହୋଇଯାଏ, ଶିରାମୟୀ ଉଠେ ଓ ଶେଷରେ ସନ୍ନିପାତ ଘୋଟି ରୋଗୀ ମରିଯାଏ ।

 

କଣ କଲେ ରୋଗ ହେବ ନାହିଁ -- ଘର ତିଆରି ତଟକା ଜିନିଷ ଗରମ ଥାଉଁ ଥାଉଁ ଖାଇବ । ବାସୀ ଏବଂ ବଜାର ଜିନିଷ ଖାଇବ ନାହିଁ । ଖାଇବା ଜିନିଷ ସର୍ବଦା ଘୋଡ଼ାଇ ରଖିବ, ଯେପରିକି ମାଛି ନ ବସନ୍ତି । ମାଛି ହେଲେ ଏ ରୋଗର ଗୋଡ଼ । ମାଛି ଅଳିଆ ଆଦିରେ ଡିମ୍ବ ଦିଏ । ସେଥିରୁ ଅଂଶେଇ ହୁଅନ୍ତି । ଅଂଶେଇରୁ ମାଛି ହୁଅନ୍ତି । ଯେଉଁଠାରେ ଯେତେ ବେଶୀ ଅଳିଆ ଓ ମଇଳା ସେଠାରେ ତେତେ ବେଶୀ ମାଛି । ଏ ହେତୁରୁ ଘରଦ୍ୱାର, ଅଗଣା ବାରି ଓ ଘର ଚାରିପଟ ସର୍ବଦା ସଫା ସୁତୁରା ରଖିବ । ପାଣି ଫୁଟାଇ ଛାଣି, ଥଣ୍ଡା କରି ପିଇବ ଓ ପିଇବା ପାଣି ସର୍ବଦା ଘୋଡ଼ାଇ ରଖିବ । ଅ।ଖ ପାଖରେ ହଇଜା ଲାଗିଥିଲେ ଉପାସ ରହିବ ନାହିଁ କିମ୍ବା ଅଠିଲ କରି ଖାଇବ ନାହିଁ । ଭାତସଙ୍ଗେ ଦହି ଓ ଲେମ୍ବୁରସ ଖାଇବ । ନିଜେ ସଫା ସୁତୁରା ରହିବ । ହଇଜା ଟୀକା ନେବ ।

 

ଚିକିତ୍ସା -- ଏ ରୋଗ ବଡ଼ ମାରାତ୍ମକ ରୋଗ, ତେଣୁ ରୋଗ ହେଲକ୍ଷଣି ଚିକିତ୍ସକଙ୍କ ଦ୍ୱାରା ଚିକିତ୍ସା କରାଇବ ।

 

କାଛୁ --- ଏହା ଗୋଟିଏ ଚର୍ମ ରୋଗ । ଏକ ପ୍ରକାର ଜୀବାଣୁ ଏ ରୋଗର ମୂଳ । ଯାହା ଦେହରେ କାଛୁ ହୋଇଥାଏ ତା ପାଖରେ ବସଉଠ କଲେ, ତା ଲୁଗା ପଟା ବ୍ୟବହାର କଲେ, ନିଜେ ଅପରିଷ୍କାର ରହିଲେ ଓ ଅପରିଷ୍କାର ପାଣିରେ ଗାଧୁଆ ପାଧୁଆ କଲେ ଏ ରୋଗ ହୁଏ ।

 

ଏ ହେତୁରୁ କାଛୁ ହୋଇଥିବା ଲୋକ ପାଖରେ ବସ ଉଠ କରିବ ନାହିଁ କିମ୍ବା ତା ଲୁଗାପଟା ବ୍ୟବହାର କରିବ ନାହିଁ । ସର୍ବଦା ସଫା ସୁତୁରା ରହିବ ।

 

ଗନ୍ଧକଗୁଣ୍ଡ, ନଡ଼ିଆତେଲ ଓ କର୍ପୂର ଏକାଠି ଫେଣ୍ଟି ଲଗାଇଲେ ଓ ସଫା ସୁତୁରା ରହିଲେ ଏ ରୋଗ ଭଲ ହୋଇଯାଏ ।

 

ଜାଦୁ -- କାଛୁ ପରି ଜାଦୁ ମଧ୍ୟ ଗୋଟିଏ ଚର୍ମ ରୋଗ । ଏହା ଏକ ପ୍ରକାର ରୋଗ ବୀଜାଣୁରୁ ହୁଏ । ଜାଦୁ ହୋଇଥିବା ଲୋକ ପାଖରେ ବସଉଠ କଲେ, ତାର ଲୁଗାପଟା ବିଛଣା ପାତି ବ୍ୟବହାର କଲେ କିମ୍ବା ଅପରିଷ୍କାର ଜଳରେ ଗାଧୁଆ ପାଧୁଆ କଲେ ଏ ରୋଗ ହୋଇଥାଏ-

 

ଯାଦୁ ହୋଇଥିବା ଲୋକ ପାଖରେ ବସ ଉଠ କରିବ ନାହିଁ, ସେମାନଙ୍କ ଲୁଗାପଟା, ବିଛଣା ପାତି ବ୍ୟବହାର କରିବ ନାହିଁ, ସର୍ବଦା ସଫାସୁତୁରା ରହିବ ଓ ପରିଷ୍କାର ଜଳରେ ଗାଧୋଇବ ।

 

ଟିକିଏ ଗୁଆ -ପାଉଡ଼ର ନଡ଼ିଆତେଲରେ ଫେଣ୍ଟି ଜାଦୁ ଉପରେ ଲଗାଇଲେ ଏବଂ ନିଜେ ସଫା ସୁତୁରା ରହିଲେ ଏ ରୋଗ ଭଲ ହୋଇଯାଏ ।